ପୂରୀ: ଆଜିଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସର ପଞ୍ଚୁକବ୍ରତ । ଏଥର ପଞ୍ଚକ ବ୍ରତ ୫ ଦିନ ପରିବର୍ତ୍ତେ ୪ ଦିନ ଅନୁଷ୍ଠିତ ହେବ । ଗୋଟିଏ ଦିନ କ୍ଷୟ କାରଣରୁ ଚଳିତବର୍ଷ ମହାପ୍ରଭୁଙ୍କ ଲଷ୍ମୀନୃସିଂହ ବେଶ ବାଦ୍ ଦେଇ ଅନ୍ୟ ଚୋରୋଟି ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଆଜି ପଞ୍ଚୁକ ବ୍ରତର ପ୍ରଥମ ଦିନ ବଡ ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଠିଆକିଆ ବେଶ ବା ଲଷ୍ମୀନାରାୟଣ ବେଶରେ ସଜ୍ଜିତ କରାଯାଇଛି ।
ତେବେ ଶ୍ରୀମନ୍ଦିର ଭିତରକାଠ ପରିବର୍ତ୍ତେ ଶ୍ରଦ୍ଧାଳୁମାନେ କେବଳ ବାହାର କାଠରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିପାରିବେ । ଭକ୍ତମାନେ ଦର୍ଶନ ପାଇଁ ମରିଚିକୋଟ ଛକରୁ ଗୋଟିଏ ଧାଡ଼ିରେ ପ୍ରବେଶ କରି କେବଳ ସିଂହଦ୍ବାରରେ ପ୍ରବେଶ କରିବେ ଏବଂ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ବାର ବାଟେ ପ୍ରସ୍ଥାନ କରିବେ । ଭିଡ଼ ନିୟନ୍ତ୍ରଣ ପାଇଁ ଧାଡ଼ି ବ୍ୟବସ୍ଥା ହୋଇଛି ।ସେହିପରି ପଞ୍ଚୁକର ଦ୍ବିତୀୟ ଦିନ ଅର୍ଥାତ୍ ବୁଧବାର ମହାପ୍ରଭୁଙ୍କ ବାଙ୍କଚୂଡ଼ା ବେଶ ଏବଂ ଗୁରୁବାର ଡାଳିକିଆ ବା ତ୍ରିବିକ୍ରମ ବେଶ ହେବ ଏବଂ ଶୁକ୍ରବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବା ସୁନାବେଶ କରାଯିବ । ଏହି ସମୟରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-1-scaled.jpg)


