( ଭାରତରେ ସନାତନ ବୋର୍ଡ ଗଠନ ଦାବି ରେ ଜ଼ିଲ୍ଲାପାଳ ଙ୍କ ଜରିଆରେ ରାଷ୍ଟ୍ରପତି ଙ୍କୁ ଦାବିପତ୍ର ପ୍ରଦାନ )
ଜଗତସିଂହପୁର ତା =16/11/24ଆମ ଦେଶ ଧର୍ମ ନିରପେକ୍ଷ ରାଷ୍ଟ୍ର |ଆମ ଦେଶରେ ସମ୍ବିଧାନ ଲାଗୁହେବା ପରଠାରୁ ସର୍ବଧର୍ମ କୁ ସଂମାନ ଦେଇଆସୁଛି | ସନାତନ ଧର୍ମ ପୁରାତନ ସର୍ବଶ୍ରେଷ୍ଟ ଧର୍ମ | ଆମ ଦେଶର ଆଇନି ପରିଭାଷାରେ ୱାକଫବୋର୍ଡ ପକ୍ଷରୁ ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ସୁବିଧା କୌଣସି ସୁଯୋଗ ଦିଆଯାଇନାହିଁ | ୱାକବବୋର୍ଡ ମଧ୍ୟ୍ୟମ ରେ ସନାତନୀ ହିନ୍ଦୁ ମାନଙ୍କୁ ସମାନ ସୁବିଧା ସୁଯୋଗ ଓ ଅଧିକାର ଦିଆଯିଵା ପାଇଁ ଜଗତସିଂହପୁର ଜ଼ିଲ୍ଲାପାଳ ଙ୍କ ଜରିଆରେ ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ଶରତ କୁମାର ମହାପାତ୍ର, ଓଡିଶା ବ୍ରାହ୍ମଣ ମହାସଭା ସଭାପତି ଅଜୟ କୁମାର ରଥ,ବିଶ୍ୱ ହିନ୍ଦୁ ପରିଷଦ ଜ଼ିଲ୍ଲା ସଭାପତି ପ୍ରଫୁଲ୍ଲ କୁମାର ସାହୁ, ଉପ ସଭାପତି ମାନସ ରଞ୍ଜନ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ସୁରେଶ କୁମାର ଚୌଧୁରୀ ପ୍ରମୁଖ ଜ଼ିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି | ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ



