ଧର୍ମ ପରାୟଣ ବ୍ୟକ୍ତିଙ୍କ ଦେହାନ୍ତ : ସମଗ୍ର ଅଞ୍ଚଳରେ ଶୋକର ଛାୟା
ବାଲିଗୁଡ଼ା, (ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଜଣେ ଜଣାଶୁଣା ଅବସରପ୍ରାପ୍ତ ପୁଲିସ ଅଧିକାରୀ ତଥା ଧର୍ମ ପରାୟଣ ବ୍ୟକ୍ତି ରାମଚନ୍ଦ୍ର ଡାକୁଆ (୯୪) ଙ୍କ ସୋମବାର ସନ୍ଧ୍ୟାରେ ନିଜ ଜକିସାହି ବାସଭବନ ରେ ଦେହାନ୍ତ ହୋଇଯାଇଛି l ଏ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ସେ ଦୀର୍ଘ ଦିନ ଧରି ବୟସାନୁ ଭିର୍ତ୍ତିକ ବାର୍ଦ୍ଧକ୍ୟ ଜନିତ ଭାବେ ଶଯ୍ୟାଶାୟୀ ଥିଲେ l ବାଲିଗୁଡା ସହର ଜକିସାହି ନିବାସୀ ସ୍ବର୍ଗତ ଡାକୁଆ ଅବସର ଗ୍ରହଣ ପରେ ଥକି ନ ଯାଇ ନିଜକୁ ବିଭିନ୍ନ ସାମାଜିକ, ଧାର୍ମିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ନିଜକୁ ନିୟୋଜିତ କରିବା ସହ ସେ ଏକ ପୂର୍ଣ୍ଣାନନ୍ଦ ଆଶ୍ରମ ପ୍ରତିଷ୍ଠା କରି ଅଞ୍ଚଳ ର ବିଭିନ୍ନ ପର୍ବ ପର୍ବାଣୀ ରେ ସାମିଲ ହୋଇ ଗାଁ ଗାଁ ରେ ସତସଙ୍ଗ ମାଧ୍ୟମରେ ଲୋକଙ୍କୁ ଯୋଡୁ ଥିଲେ। ସେ ଜଣେ ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ବେଶ୍ ପରିଚିତ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ପୁରୁଷୋତ୍ତମ ଡାକୁଆ (ବାବୁ) ଓ ଦୁଇ ଝିଅ, ଜ୍ବାଇଁ, ନାତି ନାତୁଣୀ,ବନ୍ଧୁ ବାନ୍ଧବ ଓ ପରିବାର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଖବର ପାଇ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ତାଙ୍କ ଶେଷ ଦର୍ଶନ କରିଥିଲେ। ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ମଧ୍ଯ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସ୍ଥାନୀୟ ଶ୍ମଶାନ ଘାଟରେ ସ୍ବର୍ଗତ ଡାକୁଆ ଙ୍କ ଅନ୍ତିମ ସତ୍କାର କରାଯାଇଥିଲା ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-25-scaled.jpg)

