ପୁରୀ: ଆସନ୍ତାକାଲି ଓଡିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ହରିବାବୁ କମ୍ଭମପତି । ସେନେଇ ଆଜି ଅପରାହ୍ନ ୩ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ପୁରୀ ଯାଇ ସପରିବାର ସହ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତି ।
ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ସହ ବିମଳା ମନ୍ଦିର, ମୁକ୍ତି ମଣ୍ଡପ, ଲକ୍ଷ୍ମୀ ମନ୍ଦିର ଦର୍ଶନ କରିବା ପରେ ଭିତର ବେଢ଼ା ପରିକ୍ରମା କରିଥିଲେ ।
ସିଂହଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ଲାଗି ଖଣ୍ଡୁଆ ଦେଇ ସ୍ବାଗତ କରାଯାଇଥିଲା । ପ୍ରାୟ ୪୫ ମିନିଟ୍ ଶ୍ରୀମନ୍ଦିର ଭିତରେ ପରିବାର ସହ ଦର୍ଶନ କାଳରେ ମହାପ୍ରଭୁଙ୍କ ମହାପ୍ରସାଦ ସେବନ କରିଥିଲେ ।ଦର୍ଶନ ସାରି ଫେରିବା ପରେ ଜୟ ଜଗନ୍ନାଥ କହି ଭାବବିହ୍ୱଳ ହେବା ସହ ଦର୍ଶନ ଅନୁଭୁତି କୁ ସୌଭାଗ୍ୟର କଥା ବୋଲି ବଖାଣି ଥିଲେ । ତେବେ ଆସନ୍ତାକାଲି ଶପଥ ନେବାପରେ ରାଜ୍ୟବାସୀଙ୍କ କଣ ସବୁ କରାଯିବ ସେନେଇ ପ୍ରତିକ୍ରିୟା ରଖିବି ବୋଲି ସେ କହିଛନ୍ତି । ତେବେ ପୂର୍ବରୁ ୨୦୧୫ରେ ସେ ଶ୍ରୀମନ୍ଦିର ଗସ୍ତ କରିଥିଲେ । ସେହିସମୟରେ ସେ ଗର୍ଭ ଗୃହ ଦର୍ଶନ କରିଥିଲେ । ଏବେ କାହିଁକି ଦର୍ଶନ ହେଉନାହିଁ ସେ ବିଷୟରେ ସେବାୟତଙ୍କ ଠାରୁ ପଚାରି ବୁଝିଥିଲେ ବୋଲି ସେବାୟତ ସୋମନାଥ ଖୁଣ୍ଟିଆ କହିଛନ୍ତି ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-11-scaled.jpg)


