ୟୁକୋ ବ୍ଯାଙ୍କ ଢେଙ୍କାନାଳ ତରଫରୁ ବ୍ଯାଙ୍କର ୮୩ତମ ପ୍ରତିଷ୍ଠା ଦିବସ ମହାଆଡମ୍ବରରେ ପାଳନ କରାଯାଇଅଛି ।ଆଜି ତା ୦୬ ଜାନୁଆରୀ ୨୦୨୫ ରିଖ ଦିନ ୟୁକୋ ବ୍ଯାଙ୍କ ଢେଙ୍କାନାଳ ,ଜଗନ୍ନାଥ ରୋଡ଼ ଠାରେ ବ୍ୟାଙ୍କର ୮୩ତମ ପ୍ରତିଷ୍ଠା ଦିବସ ମହା ଆଡମ୍ବରରେ ପାଳନ କରାଯାଇଅଛି । ଉକ୍ତ କାର୍ଯ୍ଯକ୍ରମରେ ୟୁକୋ ବ୍ୟାଙ୍କର ମହା ପ୍ରବନ୍ଧକ ତଥା ଓଡିଶା ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ର ଆଭାହକ ଶ୍ରୀ ଗୌତମ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ର ଇନଚାର୍ଜ ଶ୍ରୀ ଲିଙ୍ଗରାଜ ନାୟକ,ୟୁକୋ ବ୍ଯାଙ୍କ ସମ୍ବଲପୁର ଅଞ୍ଚଳର ଉପ ଆଞ୍ଚଳିକ ମୁଖ୍ୟ ଶ୍ରୀ ରଶ୍ମିରଞ୍ଜନ ମହାପାତ୍ର ,ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ବ୍ୟାଙ୍କ ପ୍ରବନ୍ଧକ ଶ୍ରୀ ଦେବାଶିଷ କୁଣ୍ଡୁ, ୟୁକୋ ବ୍ଯାଙ୍କ ସମ୍ବଲପୁର ଅଞ୍ଚଳର ରିସୋର୍ସ ହେଡ ଶ୍ରୀ ସୌଭାଗ୍ୟ ସାହୁ,ଢେଙ୍କାନାଳ ୟୁକୋ ବ୍ୟାଙ୍କର ଶାଖା ପରିଚାଳକ ଶ୍ରୀ ଅମ୍ରୀତ ମହାନ୍ତି ,ବ୍ୟାଙ୍କର ପୁରାତନ ଷ୍ଟାଫ ଏବ ବ୍ଯାଙ୍କର ଗ୍ରାହକ ମାନେ ଯୋଗଦେଇଥିଲେ । ଉକ୍ତ କାର୍ଯ୍ଯକ୍ରମରେ ବ୍ଯାଙ୍କ ତରଫରୁ ଗ୍ରାହକ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରଯାଇଥିଲା । ପ୍ରକାଶ ଥାଉକି ୟୁକୋ ବ୍ୟାଙ୍କ ଭାରତ ସରକାରଙ୍କ ଅଧିନସ୍ଥ ଏକ ଜାତୀୟକରଣ ବ୍ୟାଙ୍କ ଯାହାକି ୦୬ ଜାନୁଆରୀ ୧୯୪୩ ମସିହାରେ ଭାରତର ପ୍ରଖ୍ୟାତ ଶିଲ୍ପପତି ସ୍ଵର୍ଗତ ଶ୍ରୀ ଘନଶ୍ୟାମ ଦାସ ବିର୍ଲା ଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିଲା

January 17, 2026/
No Comments


