ଅଖିଳଚକ୍ରର ସାରସ୍ବତ ସମାରୋହ ଓ ମକର ମିଳନ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି
ଯାଜପୁର _ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ବରୁଣେଶ୍ଵର ମହାବିଦ୍ୟାଳୟ ପରିସରରେ ଅଖିଳଚକ୍ର ଆନୁକୁଲ୍ୟରେ ସାରସ୍ବତ ସମାରୋହ,ମକର ମିଳନ, ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ,କବିତା ପାଠୋତ୍ସବ, ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ବିଂଝାରପୁର ବିଧାୟିକା ତଥା ବିରୋଧିଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଅମରେଶ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଡ଼ଃ ବଟକୃଷ୍ଣ ମହାପାତ୍ର, ଅଖିଳଚକ୍ରର ରାଜ୍ୟ ସଭାପତି ରାଜ୍ୟ ବର୍ଦ୍ଧନ ଧଳ ମହାପାତ୍ର, ଅଭିନେତା ଓ ପ୍ରଧ୍ୟାପକ ପ୍ରଦ୍ୟୁମ୍ନ ଲେଙ୍କା, ଅଧ୍ୟକ୍ଷା ବିନ୍ଦୁରେଖା ନାୟକ , ନନ୍ଦକିଶୋର ସାମଲ ପ୍ରମୁଖ ଯୋଗଦେଇ ବକ୍ତବ୍ୟରେ କହିଥିଲେ ଯେ ପୁଜ୍ୟପୁଜା ଭାରତୀୟ ସମାଜର ଏକ ମୁଖ୍ୟ ଅଙ୍ଗରେ ଅଖିଳଚକ୍ର ପ୍ରମୁଖ ଭୁମିକା ଲିଭାଉଛି । ସମ୍ପାଦକ ହରେକୃଷ୍ଣ ପଣ୍ଡା ଉପସ୍ଥିତ ଥିଲେ। ରବିନ୍ଦ୍ର କୁମାର ପରିଡ଼ା ଅତିଥି ପରିଚୟ ଦେଇଥିବା ବେଳେ ଗୈରାଙ୍ଗ ସ୍ବାଇଁ ମଞ ପରିଚାଳନା କରିଥିଲେ। ସକାଳ ଅଧିବେଶନରେ ବ୍ୟାସକବି ଜୟନ୍ତୀ ସ୍ବରଚିତ କବିତା ପାଠୋତ୍ସବରେ ଶତାଧିକ କବି କବିତା ପାଠୋତ୍ସବ କରିଥିଲେ। ଏଥିରେ ଆଳି ରାଜବାଟିର ମୁଖ୍ୟ ପୁରୋଧା ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ମହେଶ୍ୱର ନନ୍ଦ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କବ ବନମାଳୀ ସେନାପତି, ଡଃ ଶ୍ରୀହରି ଧଳଙ୍କ ସଭାପତିତ୍ବରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ଅମ୍ରିତା ସିଂହ, ଜିତେନ୍ଦ୍ର ବେହେରା, ସୁବ୍ରତ ଦାସ, ବରିଷ୍ଠ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଓ କବି, ନାଟ୍ୟକାର ଓ ଅଭିନେତା ପାର୍ଥସାରଥୀ ଦାସ ଓ ଗୈରାଙ୍ଗ ସ୍ବାଇଁ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଅଖିଳଚକ୍ର ମକର ମିଳନ କମିଟିର ସଭାପତି ତଥା ପ୍ରାଧ୍ୟାପକ ଓ ନାଟ୍ୟକାର ପ୍ରାଧ୍ୟାପକ ପ୍ରସନ୍ନ କୁମାର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।
ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



