ଭୋଜପୁର ହାଇ ସ୍କୁଲରେ ପ୍ରତିଭା ମହୋତ୍ସବ ଅନୁଷ୍ଠିତ
ଜମନକିରା:୨୧/୧: ସମ୍ବଳପୁର ଜିଲ୍ଲା ଜମନକିରା ବ୍ଲକ ଭୋଜପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ( ଏସ ଏସ ଡି) ଠାରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ପ୍ରତିଭା ମହୋତ୍ସବ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରୋହିତ କୁମାର ନାଥ ସଭାପତିତ୍ବ କରିଥିଲେ । ସମାଜସେବୀ ଡ଼ାକ୍ତର ହୃଦାନନ୍ଦ ନାୟକ ମୁଖ୍ୟ ଅତିଥି ,ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଓ ଶ୍ରମିକ ନେତା ମହମ୍ମଦ ମୂର୍ତୁଜା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଗାନ୍ଧୀ ଓ ଗାନ୍ଧିବାଦ ଉପରେ ଆଲୋଚନା କରିଥିଲେ । ସହକାରୀ ଶିକ୍ଷକ ଚକ୍ରଧର ମାଝୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅଭିଯାନର ସଂଯୋଜକ ରମେଶ କିସାନ ବାର୍ଷିକ ବିବରଣୀ ପାଠ କରିଥିଲେ । ଛାତ୍ରୀ ଗଣ ସ୍ଵାଗତ ସଙ୍ଗୀତ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଆଦିତ୍ୟ ପ୍ରଧାନ ସ୍ଵାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅତିଥି ଗଣ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ପଙ୍କଜିନି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁଜାତା ତ୍ରିପାଠୀ,ସଂଯୁଲତା ବାଗ, ଅମିୟ ନାୟକ ସୁଶାନ୍ତ ଚୌଧୁରୀ, ରୁବୀ ଦାସ ପ୍ରମୁଖ ପରିଚାଳନା କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

