” ରାଧାକୃଷ୍ଣମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ ”
ବରଗଡ -(ପବିତ୍ର ମେହେର ) ଅତାବିରା ବ୍ଲକସ୍ଥିତ ତଳିଟାମ୍ପରସରା ଗ୍ରାମସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠାର ବାର୍ଷିକୋତ୍ସବ ଓ ନାମଯଜ୍ଞ ଚାରିଦିନ ଧରି ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ଦିବସରେ କଳସଯାତ୍ରା ଅନୁଷ୍ଠିତ ହୋଇ ବର୍ଷେ ଆଗରୁ ଚୋରୀ ହୋଇଯାଇଥିବା କଳସ ଓ ଚକ୍ର lନ ମିଳିବାରୁ ନୂତନ କଳସ ଓ ଚକ୍ରକୁ ସ୍ଥାପନ କରାଯାଇଥିଲା। ଦୈନିକ ବିଭିନ୍ନ କାର୍ଯ୍ୟକ୍ରମ ସହିତ ବୁଧବାର ଅପରାହ୍ଣ ୩ଘ. ସମୟରେ ପୂର୍ଣ୍ଣାହୁତି ଦିଆଯାଇ ଅନ୍ନକୂଟର ବ୍ୟବସ୍ଥା କରାଯାଇଥିଲା । ଉକ୍ତ ଦିବସରେ ପ୍ରଭାତ ସାହୁଙ୍କ ସହିତ ଭୁଲିଆ ଡିହି ସଙ୍କୀର୍ତ୍ତନ୍ୟ ଓ ତିଲକ ଦାଶଙ୍କ ସହିତ ପଞ୍ଚଧାର ସଙ୍କୀର୍ତ୍ତନ୍ୟ ଦଳ ଯୋଗ ଦେଇଥିଲେ । ସୂଚନା ଅନୁସାରେ ଦଶହରା ମାସରୁ ଟିକପାଲି ୫୦୦୦ ଟଙ୍କା ଅଗ୍ରିମ ନେଇ ଉକ୍ତ ଦିବସକୁ ଆସିବାର ଥିଲା ମାତ୍ର ସେମାନେ ଆସିନଥିଲେ । ଏହି ଅବସରରେ କର୍ତ୍ତା ଭାବରେ ଅଲିପ ବିଶ୍ବାଳ ଓ ଦୀପାଞ୍ଜଳି ନାଥ, ପୁରୋହିତ ଭାବରେ ବାବାଜୀ ତ୍ରିପାଠୀ ଓ ଶିବ ନାରାୟଣ ପୁରୋହିତ ମନ୍ଦିର ପୂଜକ ଗୋବର୍ଧନ ଧର ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ଗ୍ରାମବାସୀ ସହଯୋଗ କରିଥିଲେ।



