ଫେବୃଆରୀ ୯ରେ ବାରବାଟୀରେ ଭାରତ-ଇଂଲଣ୍ଡ ଲଢେଇ
ଭୂବନେଶ୍ବର,୨୨/୧: ଆସନ୍ତା ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ । ଏହାର ପ୍ରଥମ ଟିକେଟ୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଦାନ କରାଯାଇଛି । ଓସିଏ ସମ୍ପାଦକ ସଞ୍ଜୟ ବେହେରା ପୁରୀ ଯାଇ ମହାପ୍ରଭୁଙ୍କୁ ମ୍ୟାଚର ପ୍ରଥମ ଟିକେଟ ପ୍ରଦାନ କରିଛନ୍ତି । ମହାପ୍ରଭୁଙ୍କୁ ମ୍ୟାଚର ପ୍ରଥମ ଟିକେଟ ପ୍ରଦାନ କରିବା ସହିତ ବାରବାଟୀରେ କିପରି ଭାରତ-ଇଂଲଣ୍ଡ ଶାନ୍ତି ଶୃଙ୍ଖଳାରେ ଶେଷ ହେବ ସେ ନେଇ ପ୍ରାର୍ଥନା କରିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ଲାଗି ଟିକେଟ୍ କିଣିଛନ୍ତି ।



