ସାତକମାରେ ନେତାଜୀ ସୁଭାଷ ଓ ବୀର ସୁରେନ୍ଦ୍ର ଙ୍କ ଜୟନ୍ତୀ ଉତ୍ସବ ପାଳିତ
କୁଚିଣ୍ଡା:୨୩/୧ କୁଚିଣ୍ଡା ସହର ଉପଖଣ୍ଡସ୍ଥିତ ସାତକମା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ ରେ ପ୍ରଧାନ ଶିକ୍ଷକ ସୁରଭି ନାୟକ ଙ୍କ ସଭାପତିତ୍ବରେ ଜାତୀୟ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ମିଳିତ ଜୟନ୍ତୀ ଉତ୍ସବ ସ୍କୁଲ ର ହୀରକ ଜୟନ୍ତି କମିଟି ପକ୍ଷରୁ ପାଳିତ ହୋଇ ଯାଇଛି ।ଏଥିରେ ଜୟନ୍ତୀ କମିଟି ସଭାପତି ସୁବାସ ଚନ୍ଦ୍ର ନାୟକ ଅତିଥି ଭାବରେ ଯୋଗ ଦେଇ ଉଭୟ ମହା ପୁରୁଷ ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ ଓ ଦୀପ ପ୍ରଜ୍ଵଳନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ଅନନ୍ତ ରାମ ପଟେଲ ସ୍ଵାଗତ ଭାଷଣ ଓ ବୈଦ୍ୟ ନାଥ ଷଣ୍ଢ ଅତିଥି ପରିଚୟ ପ୍ରଦାନ କରିଥିଲେ । ଭାଷଣ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ସୁହାନି ଶେଠ୍ ଓ ସୁଶ୍ରୀତା ପରୁଆ ଙ୍କୁ ଅତିଥି ଶ୍ରୀ ନାୟକ ପୁରସ୍କୃତ କରିଥିଲେ ।ଶେଷରେ ସ୍ନେହଲତା ଠାକୁର ଧନ୍ୟବାଦ ପ୍ରଦାନ କରିଥିଲେ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

