ଢେଙ୍କାନାଳ ଦେଉଳ ସାହି ଜୁବୁଲି ଟାଉନ୍ ସ୍ଥିତ ମା କନକ ଦୁର୍ଗାଙ୍କ ମନ୍ଦିରରେ ୨୦ତମ ଜନ୍ମ ଉତ୍ସବ ପାଳିତ।ଢେଙ୍କାନାଳ ଦେଉଳ ସାହି ଜୁବୁଲି ଟାଉନ୍ ସ୍ଥିତ ମା କନକ ଦୁର୍ଗାଙ୍କ ମନ୍ଦିରରେ ୨୦ତମ ଜନ୍ମ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃ ରୁ ମଙ୍ଗଳ ଆଳତୀ ମହା ସ୍ନାନ, ନୂତନ ବସ୍ତ୍ର ଓ ଭିନ୍ନ ପ୍ରକାରର ଫୁଲ ହାରରେ ସୁସଜ୍ଜିତ କରାଯାଇ ଥିଲା। ବିଭିନ୍ନ ପ୍ରକାରର ଭୋଗ ଓ ପଣା ଭୋଗ ଲାଗି କରାଯାଇଥିଲା।କଳସ ପୂଜା, ମଣ୍ଡଳ ପୂଜା,ଶୋଡ଼ଶ ଉପଚାର ପୂଜା, ଚଣ୍ଡୀ ପାଠ, ସପ୍ତଚଣ୍ଡିରେ ଆହୁତ ଓ ଯଜ୍ଞ ପୂର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ରେ ଅର୍ନଧୂପ ଓ ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ସନ୍ଧ୍ୟା ରେ ଆଳତୀ ଓ ରାତ୍ରରେ ବଡ଼ସିଂହାର ଭୋଗ ପରେ ପହଡ ପଡିବ। ମନ୍ଦିରର ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗ ରେ ଏହି ୨୦ତମ ଜନ୍ମ ଉତ୍ସବ ପାଳିତ ହୋଇଯାଇଛି।

August 29, 2026/
No Comments

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-24-scaled.jpg)
