ଭୂବନେଶ୍ୱର, ୦୮/୦୨ : ଆସନ୍ତା ମେ’ ୪ରେ ନିଟ୍ ୟୁଜି ପରୀକ୍ଷା ହେବ । ଏଥିରେ ଓଡ଼ିଆ ସମେତ ୧୩ଟି ଭାରତୀୟ ଭାଷାରେ ହେବ ପରୀକ୍ଷା । ଏଥିପାଇଁ ଆଜିଠୁ ୭ ମାର୍ଚ୍ଚ ଯାଏ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୧ ମେ’ରେ NTA ୱେବସାଇଟରୁ ମିଳିବ ଆଡମିଟ କାର୍ଡ । ଗୋଟିଏ ସିଟିଂରେ ଅପରାହ୍ନ ୨ରୁ ୫ଟା ହେବ ପରୀକ୍ଷା । ପ୍ରାର୍ଥୀମାନେ neet.nta.nic.in ୱେବସାଇଟକୁ ଯାଇ ନିଟ୍ ୟୁଜି ୨୦୨୫ ପାଇଁ ଆବେଦନ କରିପାରିବେ ।
ଏନଟିଏ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ନିଟ୍ ୨୦୨୫ ପାଇଁ ଏପିଏଆର ଆଇଡି ବାଧ୍ୟତାମୂଳକ ନୁହେଁ । ଭାରତରେ ଡାକ୍ତରୀ ଓ ଆନୁଷଙ୍ଗିକ ପାଠ୍ୟକ୍ରମରେ ନାମଲେଖା ପାଇଁ ନିଟ୍ ୟୁଜି ହେଉଛି ଏକମାତ୍ର ପ୍ରଶ୍ନପତ୍ର। ମେ’ ୪ ତାରିଖରେ ପେନ୍ ଓ କାଗଜ ମୋଡରେ ଏହି ପେପର ଅନୁଷ୍ଠିତ ହେବ। ୨୦୨୫ ଜୁନ୍ ୧୪ ସୁଦ୍ଧା ନିଟ୍ ୟୁଜି ୨୦୨୫ର ଫଳାଫଳ ପ୍ରକାଶ ପାଇବ । ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୭ ରେ ଶେଷ ହେବ ଏବଂ ଆବେଦନରେ ପରିବର୍ତ୍ତନ କରିବାର ସୁବିଧା ମାର୍ଚ୍ଚ ୯ରୁ ୧୧ ପର୍ଯ୍ୟନ୍ତ ଉପଲବ୍ଧ ହେବ ।



