ତାଳଚେର ସନ୍ଥପଡା ଡାଇମଣ୍ଡ କ୍ଲବର ମିଳିତ ଆନୁକୂଲ୍ୟରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।ଆଜି ତା ୯/୦୨/୨୫ ରିଖ ଅନୁଗୋଳ ଜ଼ିଲ୍ଲା ତାଳଚେର ବ୍ଲକ ଅନ୍ତର୍ଗତ ସନ୍ଥପଡ଼ା ଗ୍ରାମର ସନ୍ଥପଡା ଡାଇମଣ୍ଡ କ୍ଲଵ ର ମିଳିତ ଆନୁକୂଲ୍ୟରେ ରେ ରକ୍ତଦାନ ଶିବିର ମହାସମାରୋହ ରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ କ୍ଲବର ସଭାପତି ଶ୍ରୀ ମାଙ୍ଗିଲାଲ ସମାଲ ଓ NTPC ର ମାନବ ସମ୍ବଳ ଅଧିକାରୀ ରୋହିତ କୁମାର, ଅନିଲ କୁମାର ନାକରା ଓ ସରପଞ୍ଚ ସହଦେଵ ସାହୁ ଗୋ ମାତା ପୂଜନ କରି ରକ୍ତଦାନ ଶିବିର ର ଉଦ୍ଘାଟନ କରିଥିଲେ। ତାଳଚେର ସବଡିଭିଜନ ଡାକ୍ତରଖାନାର ରେଡ଼ କ୍ରୋସ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ କ୍ଲବର ସଦସ୍ୟ ମାନେ ଏଥିରେ ସହଯୋଗ କରିଥିଲେ। ସମୁଦାୟ ୭୦ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା ଏବଂ ରକ୍ତଦାତଙ୍କ ମଧ୍ୟରେ ପ୍ରାୟ ୫୦ ପ୍ରତିଶତ ମହିଳା ରକ୍ତଦାତା ସାମିଲ ହୋଇଥିଲେ।ମୁଖ୍ୟ ଚିକିତ୍ସକ ଡ଼ଃ ଶ୍ରୀ ଅରବିନ୍ଦ ନନ୍ଦି ଏହି ଶିବିରରେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।ଏହି କାର୍ଯ୍ୟକ୍ରମକୁ କ୍ଲବର ଉପସଭାପତି ଶ୍ରୀ ନରେଶ ଚନ୍ଦ୍ର ମହାନ୍ତି, ବଳଭଦ୍ର ସାମଲ,ଆଦିତ୍ୟ ସାମଲ ,ରଞ୍ଜନ ସାମଲ, ଶ୍ରବଣ ସାମଲ, ବାଉରୀ ସାମଲ, ନିରଞ୍ଜନ ସାମଲ,ଜିତେନ୍ଦ୍ର ସାମଲ, ସୌଭାଗ୍ୟ ସାମଲ, ପ୍ରଶାନ୍ତ ସାମଲ,ଯଶୋବନ୍ତ,ଶୁଭେନ୍ଦୁ,ପ୍ରଭାତବିଷୁ,ତାପସ,କରନ,ଡ଼ାଡୁନ, କବୁଲ,କିଷାନ ଶହଯୋଗ କରି ଥିଲେ। ଡାଇମଣ୍ଡ କ୍ଲବ ର ସାଧାରଣ ସମ୍ପାଦକ ଶୁସାନ୍ତ ସାମଲ ରକ୍ତଦାନ ଶିବିର ସଫଳତା ଶ୍ରେୟ କ୍ଲବର ସଦସ୍ୟ , ରେଡ଼ କ୍ରୋସ କର୍ମଚାରୀ ଓ NTPC କର୍ତ୍ତୃପକ୍ଷଙ୍କୁ ଦେଇଥିଲେ।ଅନୁଗୋଳ ତାଳଚେର ରୁ ସୁବାସ ସାମଲ ଙ୍କ ରିପୋର୍ଟ୍ l JBN NEWS

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-12-scaled.jpg)

