ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଟୋପ ଗ୍ରାମ ପଂଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିକଶିତ ଗାଁ ବିକଶିତ ଓଡିଶା କେତେ କାର୍ଯ୍ୟକାରୀ ସେ ବିଷୟରେ ଅଞ୍ଚଳବାସୀ ଜାଣିବାକୁ ଚାହିଁଥିଲେ। ହେଲେ ବିକାଶ କଥା ଜାଣି ପଂଚାୟତ ପ୍ରତି ଭରସା ତୁଟିଗଲାଣି ? ବିକାଶ ନାଁରେ ଏଠି ବିନାଶ ଚାଲିଛି।ସ୍ଥାଣୁ ପାଲିଟିଯାଇଛି ପ୍ରଶାସନ। ସବୁ କିଛି କାଗଜ କଲମରେ। ଚା, ବିସ୍କୁଟ ରେ ସମ୍ପୂର୍ଣ ହେଲା ଗ୍ରାମସଭା ।ତେବେ ଏଠାରେ ପ୍ରଶ୍ନ ଉଠୁଛି ଲୋକଙ୍କ ସରକାର ଲୋକ ଙ୍କ ବିଶ୍ୱାସ ଜିତିବ କେବେ ? କାଗଜ କଲମରେ ସୀମିତ ନ ରଖି କାମରେ ପରିଣତ କରି ସରକାର ଲୋକଙ୍କ ଆସ୍ଥା ଭାଜନ କେବେ ହେବ ଦେଖିବାକୁ ବାକି ରହିଲା ….



