ବ୍ଳକ ପାଠଚକ୍ର ସମୁହର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି
____ ବ୍ଳକ ପାଠଚକ୍ର ସମୁହର ବାର୍ଷିକ ଉତ୍ସବ ମାତୃକୃପା ଆଳୟ ପାଠଚକ୍ର ଗିରିବନ୍ଦ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ ବିଶିଷ୍ଟ ସାଧିକା ଶ୍ରୀମତୀ ଉର୍ମିଳା ରାଉତ ମାତୃ ସାଧକ ମହେନ୍ଦ୍ର ନାଥ ସ୍ବାଇଁ ପ୍ରମୁଖ ଯୋଗଦେଇ ସାବିତ୍ରୀ ଅଧ୍ୟୟନ ହିଁ ଯୋଗର ସାଧନ ଓ ସାବିତ୍ରୀ ଓ ସତ୍ୟବାନ୍ଙ୍କ ଉପରେ ଆଲୋଚନା କରିଥିଲେ।ସକାଳ ୧୦ ଟା ସମୟରେ ଧୁପ,ପୁଷ୍ପ ଅର୍ପଣ, ଆଧ୍ୟାତ୍ମିକତା ଆସର,ସମବେତ ନିରବ ଧ୍ୟାନ,ଦୃର୍ଗା ସ୍ତୋତ୍ର ଆବୃତ୍ତି,ସ୍ବାଧ୍ୟାୟ ପ୍ରାର୍ଥନା ପ୍ରମୁଖ କାର୍ଯ୍ୟକ୍ରମ ହୋଇଯାଇଛି। ସ୍ବାଗତ ସୁଚନା ଆଦିକନ୍ଦ ସାହୁ ପ୍ରଦାନ କରିଥିଲେ।ମାତୃ ସଂଗୀତ ବୋଲିଥିଲେ ପୁଷ୍ପାଞ୍ଜଳି ସାହୁ। କୃତଜ୍ଞତା ଜ୍ଞାପନ କରିଥିଲେ ବିଶିଷ୍ଟ କୃଷି ବୈଜ୍ଞାନିକ ଓ ମାତୃକୃପା ଧରଣୀଧର ପାତ୍ର ।ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜନ୍ମେଜୟ ପ୍ରଧାନ ।ବ୍ୟୁରୋ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



