ସାମାଜିକ ସାଂସ୍କୃତିକ ବିକାଶ ସଂଘ ପକ୍ଷରୁ କଙ୍କଡ଼ାହାଡ଼ ବ୍ଲକ ର ବ୍ରାହ୍ମନିଆ ଗସ୍ତ କରିଥିଲୁ। ସେଠି ପହଞ୍ଚି ଜାଣିବାକୁ ପାଇଲୁ ଯେ ସେଠାରେ ପ୍ରାୟ ମୁଣ୍ଡା ସମ୍ପ୍ରଦାୟର ଲୋକ ବସବାସ କରନ୍ତି ଓ ସେଠାରେ 15 ଟି ପରିବାର ରହୁଛନ୍ତି।ନା ଅଛି ରାସ୍ତା ନା ଅଛି ପାନୀୟ ଜଳ ସୁବିଧା ନା ଅଛି ବିଦୁତ୍ ସୁବିଧା।କାହା ଘରେ ସରକାରଙ୍କ ରନ୍ଧନ ଗ୍ୟାସ୍ ଉଜ୍ଜ୍ୱଳ ମଧ୍ୟ ପହଞ୍ଚି ପାରିନି।ରୋଜଗାର କହିଲେ କେବଳ ଧାନ ଚାଷ।କେବଳ ଗୋଟିଏ ନଳକୂପ ଅଛି ଓ ଆବାସ ଯୋଜନା ସାତ ସପନ।ସରକାରଙ୍କ ଗରିବ ଓ ଆଦିବାସୀ କଲ୍ୟାଣ ଯୋଜନା ଥାଇ ମଧ୍ୟ ଏହି 15 ପରିବାର ସବୁଥିରୁ ବଞ୍ଚିତ ହୋଇ ଅଛନ୍ତି।ନା ଅଛି ଗମନା ଗମନ ର ସୁବିଧା ନା ଅଛି ପାନୀୟ ଜଳ ନା ଅଛି ବିଦ୍ୟୁତ୍ ସୁବିଧା।ସେଠାରେ ଜନ ବସତି ପ୍ରାୟ 30 ବର୍ଷର। ସଂଘର ସଦସ୍ୟା ସୌମ୍ୟା ମିଶ୍ରଙ୍କର ଏହିଭଳି ପ୍ରୟାସ ପାଇଁ ତାଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଇଅଛି।ଯଥାଶୀଘ୍ର ଏହି ମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେବାକୁ ଅନୁରୋଧ।

June 25, 2026/
No Comments


