ସୁଭଦ୍ରା ଯୋଜନାର ୨ୟ କିସ୍ତି ପ୍ରଦାନ ।
ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଅନୁଗୋଳ,ତା.୦୮.୦୩:- ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରର ଆମପୁଆ ଠାରେ ରାଜ୍ୟର ୧କୋଟି ୬୪ ହଜାର ମହିଳାଙ୍କୁ ସୁଭଦ୍ରା ଯୋଜନାର ୨ୟ କିସ୍ତୀ ପ୍ରଦାନ କରିଛନ୍ତି । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସୁଭଦ୍ରା ଏକ ଯୋଜନା ହୋଇ ରହି ନାହିଁ, ଏହା ଏକ ବିପ୍ଳବରେ ପରିଣତ ହୋଇଛି ବୋଲି କହିଥିଲେ ।

ସେ କହିଥିଲେ ଯେ, ୯ ମାସର ନୂଆ ସରକାର ରାଜ୍ୟର ଏକ କୋଟିରୁ ଊର୍ଦ୍ଧ୍ବ ମହିଳାମାନଂକୁ ଆର୍ଥୀକ ସ୍ତରରେ ସ୍ବାବଲମ୍ବୀ ହେବାର ରାସ୍ତା ଖୋଲି ଦେଇଛନ୍ତି । ସୁଭଦ୍ରା ଯୋଜନା ଏକ ବ୍ୟାପକ ଅଭିଯାନର ରୂପ ନେବାକୁ ଯାଉଛି ଏବଂ କିଶୋରୀମାନଂକ ଠାରୁ ଆରମ୍ଭ କରି ଭିନ୍ନ ଭିନ୍ନ ବୟସର ମହିଳାମାନେ ସଶକ୍ତ ଏବଂ ସମୃଦ୍ଧ ହୋଇପାରିବାର ବ୍ୟବସ୍ଥା ମଧ୍ୟ କରାଯାଉଛି ବୋଲି ସେ କହିଥିଲେ ।

ସେହିପରି ମହିଳାଙ୍କ ବିରୁଦ୍ଧରେ ହିଂସା ଏବଂ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କୁ କଡା ବାର୍ତ୍ତା ଦେବାକୁ ଯାଇ ସେ କହିଥିଲେ ଯେ, ଏହି ଅପରାଧିଙ୍କ ସ୍ଥାନ ଜେଲର ଚାରିକାନ୍ଥ ଭିତରେ ସଭ୍ୟ ସମାଜରେ ଏମାନଙ୍କର କୌଣସି ସ୍ଥାନ ନାହିଁ । ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଅନୁଗୋଳର ୧୫୦୦ରୁ ଉର୍ଦ୍ଧ ମହିଳାମାନେ ଆଭାସି ମାଧ୍ୟମରେ ସ୍ଥାନୀୟ ବିଜୁ ମଇଦାନ ଠାରେ ଆୟୋଜିତ କାର୍ଯ୍ୟକ୍ରମ ଦ୍ବାରା ଯୋଡି ହୋଇଥିଲେ । ସୂଚନା ଥାଉକି, ଅନୁଗୋଳ ଜିଲ୍ଲାର ୩ ଲକ୍ଷ ୧ ହଜାର ୨୩୫ ଜଣ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ୨ୟ କିସ୍ତି ଆଜି ପ୍ରଦାନ କରାଯାଇଛି । ସେହିପରି ଆଜି ଆନ୍ତର୍ଜାତିକ ମହିଳା ଦିବସ ମଧ୍ୟ ବିଜୁ ମଇଦାନ ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଛେଣ୍ଡିପଦା ସିଡି ପି ଓ ଶ୍ରୀମତୀ ସୁଷମା ସେଠୀଙ୍କୁ ଶ୍ରେଷ୍ଠ ସି ଡି ପି ଓ, ଶ୍ରୀମତୀ ଯାଜ୍ଞସେନୀ ନାୟକ ଓ ଶ୍ରୀମତୀ ସ୍ନେହପ୍ରଭା ମହନ୍ତ ଙ୍କୁ ଅଙ୍ଗନଓ୍ବାଡି ସୁପରଭାଇଜର ଭାବେ ପୁରସ୍କୃତ କରାଯାଇଛି । ସେହିପରି ୪ ଜଣ ଅଙ୍ଗନୱାଡି କର୍ମା, ୩ ଜଣ ଅଙ୍ଗନଓ୍ବାଡି ହେଲପର ଏବଂ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀମାନଂକୁ ମଧ୍ୟ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ, ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବଦତ୍ତ ମହନ୍ତ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଅନୁଗୋଳ ଗୋଷ୍ଠୀ ଊନ୍ନୟନ ଅଧିକାରୀ ଡଃ ବିଶ୍ବ ଭୂଷଣ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ୧୫୦୦ରୁ ଊର୍ଦ୍ଦ ମହିଳା ପ୍ରମୁଖ ଯୋଗ ଦେଇଥିଲେ ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/08/Picsart_26-05-14_06-19-38-643-12-scaled.jpg)


