ଲଭ ଡେଲ ସ୍କୁଲର ରୌପ୍ୟ ଜୟନ୍ତୀ
ଭବାନୀପାଟଣା, ୧୩/୦୩: ମିନାକ୍ଷୀ ଫାଉଣ୍ଡେସନ ଦ୍ବାରା ପରିଚାଳିତ ଲଭ ଡେଲ ସ୍କୁଲର ରୌପ୍ୟ ଜୟନ୍ତୀ ସମାରୋହ ସ୍ଥାନୀୟ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଛି। ସ୍ବର୍ଗତା ମିନାକ୍ଷୀ ମହାପାତ୍ରଙ୍କ ଦ୍ଵାରା ୧୯୯୯ ମସିହାରେ କଳାହାଣ୍ଡି ଜିଲ୍ଲାର ପ୍ରଥମ ପ୍ଲେସ୍କୁଲ ଲଭଡେଲ ସ୍କୁଲ ପ୍ରତିଷ୍ଠା ହୋଇଥିଲା।ସ୍କୁଲର ଅଧ୍ୟକ୍ଷା ଏଲିନା ପତିଙ୍କ ସଭାପତିତ୍ବରେ ଆୟୋଜିତ ରୌପ୍ୟ ଜୟନ୍ତୀ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ତଥା ନାଟ୍ୟକାର ଡ଼ ଉମେଶ ଚନ୍ଦ୍ର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର, ମିନାକ୍ଷୀ ଫାଉଣ୍ଡେସନର ଅଧ୍ୟକ୍ଷ ବରିଷ୍ଠ ସାମ୍ୱାଦିକ ସତ୍ୟ ନାରାୟଣ ମହାପାତ୍ର, ବିଶିଷ୍ଟ ଅଭିନେତା ଶୁଭେନ୍ଦୁ ମହାପାତ୍ର ଓ ଦାପ୍ତା ସଂସ୍ଥାର ସମ୍ପାଦକ ଆଦର୍ଶ ଶର୍ମା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ସ୍କୁଲର ଅଧ୍ୟକ୍ଷା ସ୍ବାଗତ ଭାଷଣ ସହ ସ୍କୁଲର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ସନ୍ତୋଷ କୁମାର କର, ସ୍ୱେଚ୍ଛାକୃତ ରକ୍ତଦାତା ପ୍ରଦୀପ ଡି ମାଝୀ ଓ ସମାଜ ସେବା କ୍ଷେତ୍ରରେ ସରସ୍ଵତୀ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିଲା। ରୌପ୍ୟ ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶିକ୍ଷୟତ୍ରୀ ପ୍ରଜ୍ଞା ପରିମିତା ରାୟଗୁରୁ ମଞ୍ଚ ପରିଚାଳନା କରିଥିଲେ। ସଭା ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-26-scaled.jpg)