ଭୂବନେଶ୍ୱର ୨୦/୦୩: ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିର ଆର୍ଥିକ ଅନିୟମିତତା ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କ ସହଯୋଗୀ ଗିରଫ । ସମୀରଙ୍କୁ କେନ୍ଦୁଝରରୁ ଗିରଫ କରାଯାଇଥିବା ସୂଚନା ଦେଲେ ଇଓଡବ୍ଲୁ ଏସ୍ପି। ଅନ୍ୟପଟେ ରାଜା ଚକ୍ରକୁ ୩ ଦିନ ପାଇଁ ରିମାଣ୍ଡରେ ନେବ ଇଓଡବଲୁ। ଏନେଇ ଓପିଆଇଡି ଅଦାଲତ ପକ୍ଷରୁ ଅନୁମତି ମିଳିଛି ।
ଗୁରୁବାରଠାରୁ ସେ ଇଓଡବ୍ଲୁ ତତ୍ତ୍ୱାବଧାନରେ ରହିବେ। କଡ଼ା ସୁରକ୍ଷା ବଳୟ ଭିତରେ ରାଜାଙ୍କୁ ବୁଧବାର ସକାଳେ ବାଲେଶ୍ୱରସ୍ଥିତ ଓପିଆଇଡିର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ରାଜାଙ୍କ ଓକିଲ ବରିଷ୍ଠ ଆଇନଜୀବୀ ରଘୁନାଥ ପ୍ରଧାନ ତାଙ୍କ ପାଇଁ ବେଲ୍ ପିଟିସନ ଆବେଦନ କରିଥିଲେ । ମାତ୍ର ତା’ର ଶୁଣାଣି ହୋଇ ନ ଥିଲା ।ସରକାରଙ୍କ ପକ୍ଷରୁ ରାଜାଙ୍କୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଦରଖାସ୍ତ ଦିଆଯାଇଥିଲା । ଅଦାଲତ ପକ୍ଷରୁ ତିନି ଦିନ ଅନୁମତି ମିଳିଥିଲା । ରାଜାଙ୍କୁ ପଚରାଉଚରା ବେଳେ ଉପସ୍ଥିତ ରହିବା ପାଇଁ ତାଙ୍କ ଓକିଲ ଆବେଦନ କରିଥିଲେ । ତାହାକୁ ଅଦାଲତ ମଞ୍ଜୁର କରିଛନ୍ତି । ରାଜାଙ୍କ ବ୍ୟତୀତ ଉକ୍ତ ମାମଲାରେ ଗିରଫ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଆଣ୍ଡ୍ ଟ୍ରାନ୍ସପୋର୍ଟିଂ କୋ- ଅପରେଟିଭ୍ ସୋସାଇଟି ଲିମିଟେଡ୍ର ପୂର୍ବତନ ସଭାପତି ମାନସ ରଞ୍ଜନ ବାରିକ ଓ ସମ୍ପାଦକ ଉତ୍କଳ ଦାସଙ୍କୁ ପୂର୍ବରୁ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରାଯାଇଥିଲା ।
![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-16.jpg)


