ବିଜୁଳି ଖୁଣ୍ଟକୁ ପିଟିଲା ହାଇୱା, ବଡ଼ବିଲ ସହରରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ
କେନ୍ଦୁଝର ଜିଲ୍ଲା ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ସହରର ଭୋଳା ଗ୍ୟାରେଜ ନିକଟରେ ସୋମବାର ରାତି ଏକ ହାଇୱା ବିଜୁଳି ଖୁଣ୍ଟକୁ ଧକ୍କା ଦେବାରୁ ଦୁର୍ଘଟଣା, ସହରରେ କିଛି ସମୟ ପାଇଁ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଥିଲା । ସୂଚନା ଅନୁଯାୟୀ ବଡ଼ବିଲ ଭୋଳା ଗ୍ୟାରେଜ୍ ନିକଟରେ ଏକ ହାଇୱା ବେପରୁଆ ଭାବରେ ଗାଡ଼ି ଚାଳନା କରି ଏକ ବିଦ୍ୟୁତ୍ ଖୁଣ୍ଟ କୁ ଧକ୍କା ଦେଇଥିଲା ଫଳରେ ଦୁର୍ଘଟଣାରେ ବିଜୁଳି ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସର୍ଟ ସର୍କିଟ ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା ।ମାତ୍ର ସୌଭାଗ୍ୟ ବଶତଃ ହାଇୱା ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସହର ସାରା ବିଦ୍ୟୁତ୍ ସେବା ଠପ୍ ହୋଇ ହୋଇଯାଇଥିଲା। ଖବର ପାଇ ଘଟଣା ସ୍ଥଳରେ ବଡ଼ବିଲ ପୋଲିସ, ଓ ବିଦ୍ୟୁତ୍ ବିଭାଗ କର୍ମଚାରୀ ପହଞ୍ଚିଥିବା ବେଳେ ଖବର ନେବା ପର୍ଯ୍ୟନ୍ତ ମରାମତି କାର୍ଯ୍ୟ କରିବା ପରେ ସହରରେ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇଥିଲା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-13-scaled.jpg)

