ଧନେଶ୍ଵର ବେହେରାଙ୍କ ଏକାଦଶାହରେ ସ୍କୁତିଚାରଣ ସଭା ଅନୁଷ୍ଠିତ
ଯାଜପୁର ___ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ପଞ୍ଚାୟତର ଦୃର୍ଗା ଛକ ସ୍ଥିତ ଧନେଶ୍ଵର ବେହେରାଙ୍କ ଏକାଦଶାହ ଉପଲକ୍ଷେ ସ୍କୁତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସିଂହପୁରର ବରିଷ୍ଠ ନାଗରିକ ମଞର ସଭାପତି ଇଞ୍ଜିନିୟର ପଦ୍ମନାଭ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶ୍ରୁତିଚାରଣ ସଭାରେ ବରିଷ୍ଠ ନାଗରିକ ମଞର ସମ୍ପାଦକ ଓ ସମାଜସେବୀ ସୁଶାନ୍ତ କୁମାର ନାୟକ ସଞାଳକ ଦାୟିତ୍ୱ ତୁଲାଇଥିଲେ।ପ୍ରଥମେ ଏହି ସଭାରେ ସମ୍ମାନିତ ଅତିଥି ମାନେ ଦିବଂଗତ ବେହେରାଙ୍କ ଫଟୋଚିତ୍ରରେ ଧୁପ,ଦୀପ,ପୁଷ୍ପ ଅପଣ କରିଥିଲେ। ଶିକ୍ଷାବିତ ନାରାୟଣ ଚନ୍ଦ୍ର ଦାସ ମନ୍ତ୍ରପାଠ କରିଥିଲେ। ରାମଧୁନ ଗାନ କରିଥିଲେ ବରିଷ୍ଠ ଶିକ୍ଷାବିତ ପ୍ରଦୀପ କୁମାର ଜେନା। ବିଷ୍ଣୁ ସହସ୍ର ନାମ ଗାନ କରିଥିଲେ ଶିକ୍ଷାବିତ ନିରଞ୍ଜନ ଦାସ। ଅତିଥି ଭାବେ ଯୋଗଦେଇ ଥିଲେ ସେମାନେ ହେଲେ ପୁରୁଷୋତ୍ତମ ବେହେରା,ବିଦ୍ୟାଧର ଜେନା, ମେଘନାଦ ମହାଳିକ, ନରହରି ମଳିକ, ଚନ୍ଦ୍ରମଣି ନାୟକ, ରନ୍ତ୍ରାକର ସାହୁ,ସ୍ବର୍ଣ୍ଣଲତା,କବି ସନ୍ତୋଷ କୁମାର ବେହୁରିଆ,ଶରତ କୁମାର ମହାଳିକ, କଲ୍ୟାଣ ଦାସ ପ୍ରମୁଖ ଯୋଗଦେଇ ଥିଲେ। ସେମାନେ ସେମାନଙ୍କର ବକ୍ତବ୍ୟରେ ପ୍ରକାଶ କରିଥଲେ ଯେ ସ୍ବର୍ଗତ ବେହେରା ଥିଲେ ଜଣେ ସମାଜସେବୀ ଧର୍ମପରାୟଣ ପରୋପକାରୀ ଥିଲେ।ସେ ପ୍ରତ୍ୟେକ ଦିନ ବିଭିନ୍ନ ଧର୍ମାନୁଷ୍ଠାନ ଗୁଡିକକୁ ଯାଉଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



