ଢ଼େଙ୍କାନାଳ: ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଢ଼େଙ୍କାନାଳ ର ୪୪ ତମ ବାର୍ଷିକ ଉତ୍ସବ ଶିକ୍ଷା କେନ୍ଦ୍ର ପରିସର ମଧ୍ଯ ରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା କେନ୍ଦ୍ରର ସମ୍ପାଦକ କ୍ଷୀରୋଦ କୁମାର ପାତ୍ର, ଅଧ୍ୟକ୍ଷ ଅଜୟ କୁମାର ବଳ, ସଭ୍ୟ ଧୀରେନ୍ଦ୍ର ମହାନ୍ତ, ପଞ୍ଚାନନ ଜେନ, ନନ୍ଦ କିଶୋର ତ୍ରିପାଠୀ ଉପସ୍ଥିତି ଥିଲେ। ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।୨୦୨୩-୨୪ ଶିକ୍ଷ୍ୟା ବର୍ଷରେ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ରେ ଏ୧ ଗ୍ରେଡ୍ ପାଇଥିବା ଶ୍ରୀ ଶୁୁଭ୍ରାଶିଷ ବିଶ୍ବାଳ ଙ୍କୁ ସମ୍ବର୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଶିକ୍ଷକ ସନ୍ତୋଷ କାନୁନଗୋ, ସରିତା ଭୋଳ, ସୁପ୍ରିୟା ପଟନାୟକ, ଅର୍ଚ୍ଚନା ଭଞ୍ଜ, ଅନିତା ଅପା, ସନ୍ତୋଷ ପଣ୍ଡା, ବୁଢ଼ୀ ଅପା, ପୀତବାସ ଷଡ଼ଙ୍ଗୀ ଓ ସମସ୍ତ ଛାତ୍ର ଛାତ୍ରୀ ଓ ବହୁଳ ଅଭିଭାବକ ମାନେ ଯୋଗ ଦେଇଥିଲେ।



