ରାଜ୍ୟରେ ୨୫ ଶହ ଗୃହରକ୍ଷୀ ପଦବୀ ହେବ ପୂରଣ : ମୁଖ୍ୟମନ୍ତ୍ରୀ
ଭୂବନେଶ୍ୱର, ୧୫/୦୪ : ରାଜ୍ୟରେ ୨୫୦୦ ଗୃହରକ୍ଷୀ ପଦବୀ ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବର୍ତ୍ତମାନ ୧୭ ହଜାର ୬୭୫ ଗୃହରକ୍ଷୀ ପଦବୀ ରହିଛି । ନୂଆ ପଦବୀ ସୃଷ୍ଟି ହେବା ପରେ ମୋଟ ୨୦ ହଜାର ୧୭୫ରେ ପହଂଚିଲା ଗୃହରକ୍ଷୀ ପଦବୀ ସଂଖ୍ୟା । ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ପଦବୀ ସଂଖ୍ୟା ବୃଦ୍ଧି କରିବାକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨ ହଜାର ପଦବୀ ସୃଷ୍ଟି କରାଯିବ ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/09/Picsart_26-05-14_06-19-38-643-15-scaled.jpg)
