ସିଂହପାଲି ଗ୍ରାମରେ ହ୍ୟାଣ୍ଡଲୁମ କ୍ରାଫ୍ଟ ସେଣ୍ଟର
ବରଗଡ:୧୬/୪(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକର ଟୋପ ଗ୍ରାମ ପଂଚାୟତ ଅଧୀନରେ ଥିବା ସିଂହପାଲି ଗ୍ରାମରେ ତିଆରି ହେବ ହ୍ୟାଣ୍ଡଲୁମ କ୍ରାଫ୍ଟ ସେଣ୍ଟର।ସିଂହପାଲିରେ ସମ୍ବଲପୁରର ରାଜସ୍ୱ ବିଭାଗୀୟ କମିସନର ସଚିନ ରାମଚନ୍ଦ୍ର ଯାଦବ, ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବରଗଡ ଲଲାଟ ଲୁହା, ଅତାବିରା ବିଡ଼ିଓ ରିପୁନାଥ ସୁନା, ବରଗଡ ହସ୍ତତନ୍ତ ବିଭାଗର ଅଧିକାରୀ,ବରଗଡ କୃଷି ବିଭାଗୀୟ ଅଧିକାରୀ,ବରଗଡ ମିଶନ ଶକ୍ତି ଅଧିକାରୀ ତଥା ଅତାବିରା ତନ୍ତବାୟ ସମିତିର ସମ୍ପାଦକ ପ୍ରେମଚାନ୍ଦ ମେହେର,ବ୍ଲକ କର୍ମଚାରୀ, ପଂଚାୟତର କର୍ମକର୍ତ୍ତା ଉପସ୍ଥିତ ଥିଲେ l ପ୍ରଶାସନିକ ଅଧିକାରୀ ଗଣ ସିଂହପାଲିରେ ବୁଣାକାରମାନଙ୍କ ଘରକୁ ଯାଇ ହସ୍ତତନ୍ତ କାରିଗରୀ କୌଶଳ ଓ ଆର୍ଥିକ ଅବସ୍ଥା ମଧ୍ୟରେ ପଚାରି ବୁଝିଥିଲେ l ତେବେ ପ୍ରଶାସନିକ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିବା ସହ ସରକାରୀ ଯୋଜନା ମାଧ୍ୟମରେ ଯେପରି ପ୍ରକୃତ ହିତାଧିକାରୀ ଲାଭାନ୍ଵିତ ହେବେ ସେଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି।ତେବେ ଦେଖା ଯାଉ ସରକାରୀ ଯୋଜନା କିପରି ଓ କେମିତି କାର୍ଯ୍ୟ କାରୀ ହେବ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l ମାସ ମାସ ଧରି ଜିଲ୍ଲାପ୍ରଶାସନ ସିଂହପାଲିଗାଁକୁ ବାରମ୍ବାର ପରିଦର୍ଶନ କରୁଥିଲେ ହେଁ କେବେ ହ୍ୟାଣ୍ଡଲୁମ କ୍ରାଫ୍ଟ ସେଣ୍ଟର ପାଇଁ କାର୍ଯ୍ୟ ଆରମ୍ଭ ହେବ ଓ କେବେ ସିଂହପାଲି ଗ୍ରାମବାସୀ ଉପକୃତ ହେବେ ତା ଉପରେ ଚାହିଁ ରହିଛନ୍ତି ଅଞ୍ଚଳବାସୀ l



