କମ୍ପାନୀରେ ଠିକା ନିଯୁକ୍ତିକୁ ନେଇ ଉପଜିଳ୍ଳାପାଳଙ୍କ କାର୍ଯ୍ୟାଳୟରେ ବୈଠକ
ତାଳଚେର, ୨୪-୨୫/୦୪ ତାଳଚେର ଅନନ୍ତ ଓ ଭୂବନେଶ୍ୱର କୋଇଲା ଖଣିରେ କାର୍ଯ୍ୟରତ ଠିକାସଂସ୍ଥାମାନଙ୍କରେ ବିସ୍ଥାପିତ ସ୍ଥାନୀୟ ଯୁବକମାନଙ୍କୁ ନିଯୁକ୍ତି ଦେବାକୁ ବହୁବାର ଦାବି ହୋଇ ଆସୁଥିଲେ ମଧ୍ୟ ଏଥିରେ କମ୍ପାନୀ ଓ କିଛି ରାଜନେତାଙ୍କ ଭିତିରି ବୁଝାମଣା ଯୋଗୁଁ ବାହାର ଲୋକ ନିଯୁକ୍ତି ପାଉଥିବା ବେଳେ ସ୍ଥାନୀୟ କ୍ଷତିଗ୍ରସ୍ତଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହେଉଛି । ଏଠାରେ କୋଇଲା ଖଣି ସମେତ ବିଭିନ୍ନ ଶିଳ୍ପ ଓ କଳକାରଖାନା ରହିଥିଲେ ହେଁ ଏଥିପାଇଁ ବିନା ସ୍ୱାର୍ଥରେ ଲୋକମାନେ ସେମାନଙ୍କର ଭିଟ୍ଟାମାଟି ଛାଡ଼ି ଦେଶର ବିକାଶ ପାଇଁ ଜଳାଞ୍ଜଳୀ ଦେଉଥିବା ବେଳେ ସାମ।।ନ୍ୟ ଠିକାକାର୍ଯ୍ୟରେ ନିଯୁକ୍ତି କରିବାକୁ ନେଇ ଟାଳଟୁଳି ନୀତି ଅବଲମ୍ବନ କରୁଥିବା ଯୋଗୁଁ ବିଭିନ୍ନ ସମୟରେ ଆନ୍ଦୋଳନର ମୁଣ୍ଡ ଟେକିଥାଏ । ଏହି ପରିପ୍ରେକ୍ଷୀରେ ଆଜି ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନ ଅଧ୍ୟକ୍ଷତାରେ ଏମସିଏଲ କର୍ତୁପକ୍ଷ ଠିକାକମ୍ପାନୀ ବିଧାୟକ, ଓ ସାଂସଦଙ୍କ ପ୍ରତିନିଧି ସହ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ବିଗତ ଦିନରେ ଅନନ୍ତ ଓ ଭୂବନେଶ୍ୱରୀ ଖଣି କାର୍ଯ୍ୟ କରୁଥିବା ଠିକା କମ୍ପାନୀ କାର୍ଯ୍ୟ ଶେଷ କରିବାପରେ ନୂତନ କମ୍ପାନୀ ଏହି କାର୍ଯ୍ୟକୁ ହାତେଇଥିବା ବେଳେ ପୁରୁଣା ଶ୍ରମିକଙ୍କୁ ନୂଆଁ କମ୍ପାନୀରେ ନିଯୁକ୍ତି ଦେବାପରେ ଖାଲି ରହିଥିବା ସ୍ଥାନ ଗୁଡ଼ିକରେ ସ୍ଥାନୀୟ ବାସୀନ୍ଦାଙ୍କୁ ନିଯୁକ୍ତି ଦେବାକୁ କୁହାଯାଇଛି । ସରକାରଙ୍କ ନିୟମ ଅନୁଯାୟୀ ସ୍ଥାନୀୟ ୯୦ଭାଗ ବେକାର ଯୁବତୀ, ଯୁବକଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦେବା କଥା କିନ୍ତୁ ଏହି ନିୟମକୁ ଖୋଲମଖୁଲା ବେଖାତିର କରାଯାଉଥିବା ଅଭିଯୋଗ ହେଉଛି । ତେବେ ଏହି ସବୁ ସମସ୍ୟାକୁ ତ୍ୱରାନ୍ୱିତ କରିବା ନେଇ ପ୍ରଶାସନର ଗୁରୁଦାୟୀତ୍ୱ ରହିଥିବା ବେଳେ କାହିଁକି ଯେ, ଦୃଷ୍ଟି ଦେଉନାହିଁ ତାକୁ ନେଇ କଳ୍ପନାଜଳ୍ପନା ବୃଦ୍ଧି ପାଇଛି l



