ଟାଟା ଷ୍ଟିଲ୍ ମେରାମଣ୍ଡଳୀ ଏବଂ ଅନୁଗୁଳ ପୌରପାଳିକା ତରଫରୁ ସ୍ୱଚ୍ଛତା ଅଭିଯାନ

ମେରାମଂଡଳୀ ,ଏପ୍ରିଲ 26, 2025:ଜିଲ୍ଲା ପ୍ରଶାସନ ଅନୁଗୁଳ ଏବଂ ପୌର ପାଳିକା ଅନୁଗୁଳ ଏବଂ ଟାଟା ଷ୍ଟିଲ ମେରାମଂଡଳୀ (ଟିଏସଏମ) ର ମିଳିତ ସହଭାଗୀତାରେ ଅନୁଗୁଳ ମହୋତ୍ସବ ଆରମ୍ଭ ହେବା ଅବସରରେ ଅନୁଗୁଳ ସହରରେ ଏକ ସ୍ୱଚ୍ଛତା ଅଭିଯାନର ଆୟୋଜନ ହୋଇଥିଲା ।ଅନୁଗୁଳ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠି ଏହି ଅବସରରେ ଯୋଗଦେଇ ଅଭିଯାନର ନେତୃତ୍ୱ ନେଇଥିଲେ। ଟାଟା ଷ୍ଟିଲ୍ ମେରାମଣ୍ଡଳୀ ର କର୍ମଚାରୀ ଏବଂ ଅନୁଗୁଳ ପୌରପାଳିକାର କର୍ମଚାରୀଙ୍କ ସମେତ ପ୍ରାୟ ୨୫୦ ଜଣରୁ ଅଧିକ ସ୍ୱେଚ୍ଛାସେବୀ ଏହି ଅଭିଯାନରେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଅନୁଗୁଳ ବସ୍ ଷ୍ଟାଣ୍ଡରୁ ହେମସୁରପଡ଼ା ଛକ ପର୍ଯ୍ୟନ୍ତ ଏକ ସ୍ୱଚ୍ଛତା ଅଭିଯାନ ହୋଇଥିଲା ଯେଉଁଥିରେ ସାର୍ବଜନୀନ ସ୍ଥାନରୁ ପ୍ଲାଷ୍ଟିକ୍ ଅଳିଆ ଏବଂ ଅନ୍ୟାନ୍ୟ ଆବର୍ଜନା ସଫା କରାଯାଇଥିଲା ।ଏହି ପଦକ୍ଷେପର ଲକ୍ଷ୍ୟ ପରିବେଶ ସଚେତନତାକୁ ପ୍ରୋତ୍ସାହିତ କରିବା ଏବଂ ସ୍ୱଚ୍ଛତା ବଜାୟ ରଖିବାରେ ସାମୁଦାୟିକ ଅଂଶଗ୍ରହଣକୁ ଉତ୍ସାହିତ କରିବା ଥିଲା।




