ମା’ ତାରିଣୀଙ୍କ ୨୧ତମ ଜନ୍ମ ବାର୍ଷିକ ଉତ୍ସବ ଉପଲକ୍ଷେ କଳସଯାତ୍ରା
ଢେଙ୍କାନାଳ ସହର ଗାନ୍ଧୀ ମନ୍ଦିର ରୋଡସ୍ଥିତ ମା’ତାରିଣୀଙ୍କ ୨୧ତମ ଜନ୍ମ ବାର୍ଷିକ ଉତ୍ସବ ଉପଲକ୍ଷେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ସ୍ଥାନୀୟ ବଳରାମ ମନ୍ଦିର ଠାରୁ ପୂଜାର୍ଚ୍ଚନା କରାଯାଇ ୭୦ରୁ ଉର୍ଦୁ ମହିଳା ଓ ପୁରୁଷମାନେ କଳସ ଧାରଣ କରି ସହର ପରିକ୍ରମା ପୂର୍ବକ ମନ୍ଦିର ପ୍ରାଙ୍ଗଣରେ ପହଂଟି ସ୍ଥାପନ କରିଥିଲେ । ପରେ ଯଜ୍ଞର ଅଧୁବାସ ପୂଜା ଅନୁଷ୍ଠିତ ହୋଇଥିଲା । ୭ତାରିଖ ବୁଧବାର ଗୀତା ଯଜ୍ଞ ଓ ୮ ତାରିଖ ଗୁରୁବାର ଦିନ ଚଣ୍ଡୀ ଯଜ୍ଞ ଓ ପୂର୍ଣାହୁତି ପରେ ପ୍ରସାଦସେବନ ଅନୁଷ୍ଠିତ ହେବ । ମୁଖ୍ୟ ପୂଜକ ଲଙ୍ଗିରାଜ ପତି, ମନ୍ଦିର ପୂଜାକ ଆପୁଲ ରଣା, କର୍ତା ଭାବେ ଅଭିମନ୍ୟୁ ବେହେରା ଓ ନୀଳକଣ୍ଠ ଦୋରା ପୂଜାକୁ ସମ୍ପାଦନ କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ମନ୍ମଥ ଦୋରା, ସଦସ୍ୟ କେଶବ ଚନ୍ଦ୍ର ବେହେରା, ଅଭିଜିତ୍ ମହାପାତ୍ର, ସଂବିତ୍ ପଟ୍ଟନାୟକ, ସୌମ୍ୟବ୍ରତ ପତି ଓ ପବିତ୍ର ମୋହନ ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।



