ଲୋଧାଝରୀ ଗ୍ରାମର ସୁଭଦ୍ରା ଗଣଦୁଷ୍ମର୍ମ ପ୍ରସଙ୍ଗତାଳଚେର ଉପ-ଜିଲ୍ଳାପାଳଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ତାଳଚେର, ୦୮-୦୯/୦୫ ତାଳଚେର ଉପଖଣ୍ଡ କଣିହାଁ ଥାନା ଅନ୍ତର୍ଗତ ଲୋଧାଝରୀ ଗ୍ରାମର ସୁଭଦ୍ରା ନାମୀ ଯୁବତୀ ଭୂବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ଝିଅ ଗତ ୨୬/୦୪/୨୦୨୫ ରିଖଦିନ ଘରୁ ଆସି ତାଳଚେର ରୋଡ଼ ଷ୍ଟେସନରୁ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ । ଦୀର୍ଘ ଦଶଦିନ ପରେ ଉକ୍ତ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମରଶରୀର ବଅଁରପାଳ ଥାନା ଅନ୍ତର୍ଗତ ଭୋଗବେରଣୀ ପଂଚାୟତ କେନ୍ଦୁପଲ୍ଲୀ ଗ୍ରାମର ଏକ ପରିତ୍ୟକ୍ତ ସ୍ଥାନରୁ ଗଣଦୁଷ୍ମର୍ମ ପରେ ପ୍ରମାଣ ନଷ୍ଟ କରିବାନେଇ ପୋଡ଼ାଜଳ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଥିଲା । ଏହି ଘଟଣାକୁ କେନ୍ଦ୍ରକରି ଆଜି ସକାଳ ୯ଘଟିକା ସମୟରେ ମା’ସେବକ ସଂଘ ସଦସ୍ୟ ପକ୍ଷରୁ ପିଡ଼ୀତାଙ୍କ ପରିବାର ଓ ଅଲ୍ ଓଡ଼ିଶା ହ୍ୟୁମାନ୍ରାଇଟସ୍ ସଭାପତି ଡ଼ଃ ଦେବେନ୍ଦ୍ର ସିଂହ ସ୍ଥାନୀୟ ହନୁମାନ ମନ୍ଦିର ଠାରୁ ଶତାଧିକ ପୁରୁଷ ମହିଳାଙ୍କ ସହ ଏକ ଶୋଭାଯାତ୍ରାରେ ବାହାରି ତାଳଚେର ଉପ-ଜିଲ୍ଳାପାଳଙ୍କ ଜରୀଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବା ସହିତ ସୁଭଦ୍ରାଙ୍କ ସହ ଯାହା କିଛି ଘଟିଲା ଏପରି ହୃଦୟବିଦାରକ ଓ ଲୋମଟାଙ୍କୁରା ଅଘଟଣ ଆଉ କେଉଁ ନାରୀ ସହିତ ନଘଟୁ ବୋଲି ହ୍ୟୁମାନ୍ ରାଇଟସ୍ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି । ପୁନଶ୍ଚ ପିଡ଼ୀତାଙ୍କ ପରିବାରକୁ ଉଚିତ୍ ନ୍ୟାୟ ମିଳିବା ସହିତ ଏଥିରେ ସମ୍ପୃକ୍ତ ଦୋଷୀଙ୍କ ବିରୁଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ ପିଡ଼ୀତାଙ୍କ ପରିବାର ବର୍ଗଙ୍କୁ ୫୦ଲକ୍ଷଟଙ୍କା ସହାୟତା ରାଶି ସହିତ ଏକ ଇନ୍ଦିରା ଆବାସ ଗୃହ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମା’ ସେବକସଂଘର ସମସ୍ତ କର୍ମକର୍ତା ଓ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ ।



