ସୁଭଦ୍ରା ପରିବାରକୁ ସମବେଦନାର ସୂଅ
ତାଳଚେର, ୦୮୦୯/୦୫ ପିଡ଼ୀତା ସୁଭଦ୍ରାଙ୍କ ପରିବାରରୁ ଏବେ ବିଭିନ୍ନ ସଂଗଠନ ଓ ନେତାମାନେ ତାଳଚେର ଉପଖଣ୍ଡ କଣିହାଁ ଥାନା ଅନ୍ତର୍ଗତ ଲୋଧାଝରୀ ଗ୍ରାମକୁ ଯାଇ ଶୋକାକୂଳ ପରିବାରକୁ ସମବେଦନା ଜ୍ଞାପନ କରିବା ସହିତ ଦୋଷୀ ବିରୁଧରେ ଦୃଢ ଼କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ପିସିସି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ୍ ସଭାପତି ସସ୍ମିତା ବେହେରା, ପୂର୍ବତନ ଢ଼େଙ୍କାନଳ ସାଂସଦ ମହେଶ ସାହୁ, ଢ଼େଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ପାଲହଡ଼ା ବିଧାୟକ ଅଶୋକ ମହାନ୍ତି, ବିଧାୟକ ବ୍ରଜ କିଶୋର ପ୍ରଧାନ, ଜନବିକାଶ କଲ୍ୟାଣ ସଂଘ ସଭାପତି ଭୂପେନ ଥମ୍ବ ପ୍ରମୁଖ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସେଠାରେ ପଂହଚି ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏହି ଘଟଣା ଦୀର୍ଘ ୫୦ବର୍ଷ ମଧ୍ୟରେ ଏଠାରେ କେବେ ଘଟିନଥିଲା । ନିଶ୍ଚିତପକ୍ଷେ ପୋଲିସ୍ ମୁଖ୍ୟ ଅପରାଧିକୁ ଧରିବା ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲେ ହେଁ ଜନସାଧାରଣଙ୍କ ନିମନ୍ତେ ଏହା ମୁଣ୍ଡବ୍ୟଥାର କାରଣ ସାଜିଛି । ବର୍ତମାନ ସାରା ଓଡ଼ିଶାରେ ସମସ୍ତଙ୍କୁ ମୁହଁରେ ସେହି ଗୋଟିଏ କଥା! ରାଜ୍ୟ ସରକାର ନାରୀ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ ଓ ସ୍ୱାବଲମ୍ବି କରିବାକୁ ସୁଭଦ୍ରା ଯୋଜନା ଶୁଭାରମ୍ଭ କରିଥିବା ବେଳେ ଅପରପକ୍ଷେ ସୁଭଦ୍ରା ନାମୀ ଯୁବତୀଙ୍କୁ ଅମାନୁସିକ ଭାବେ ଗଣଧର୍ଷଣ କରାଯାଇ ପୋଡ଼ାଜଳା କରି ହତ୍ୟା କରିଥିବା ଘଟଣା ଏବେ ସାରା ରାଜ୍ୟରେ ଏହାର ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା, ର୍ୟାଲି ଓ ପ୍ରଶାସନକୁ ଦାବିପତ୍ର ପ୍ରଦାନ ସହ ଶୋକ ଦିବସ ପାଳନ କରାଯାଉଛି । ଏହି ଘଟଣାକୁ କେନ୍ଦ୍ରକରି ସମଗ୍ର ଓଡ଼ିଶାରେ ଦିନକୁ ଦିନ ଉଷ୍ମତା ବୃଦ୍ଧି ପାଉଥିବା ବେଳେ ଏହାର ମୁଖ୍ୟ ଆଶାମୀକୁ ଧରିବାରେ ପୋଲିସ୍ ବିଫଳ ହୋଇଥିବା ବଡ଼ ପରିତାପର ବିଷୟ ହୋଇଛି ।



