ଶ୍ରୀ ଜଗନ୍ନାଥ ଙ୍କ ପଞ୍ଚ ରାତ୍ର ପ୍ରବଚନ ପରାୟଣ ଓ ବିଶ୍ୱ ଶାନ୍ତି ମହା ଯଜ୍ଞ
ଆଜି ରାତି ୮ ଟା ରେ ମଙ୍ଗଳପୁର ମଜୁରୀ ଛକ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ୧୯ ତମ ପଞ୍ଚ ରାତ୍ର ପ୍ରବଚନ ପରାୟଣ ର ଆଜି ପ୍ରଥମ ଦିନ । ଏହି ପରାୟଣ ପ୍ରବଚନ ୮/୫/୨୦୨୫ ରିଖ ଠାରୁ ଆରମ୍ଭ ହୋଇ ତା ୧୨/୫/୨୦୨୫ ରିଖ ପଯ୍ୟନ୍ତ ୫ ଦିନ ଅନୁଷ୍ଠିତ ହେବ । ଏହି ପ୍ରବଚନ ପରାୟଣ ରେ ପ୍ରତେକ ଦିନ ସନ୍ଥ ଶିରୋମଣି ବାବାଜୀ ଦଧିବାମନ ଦାସ ମହାରାଜଜି ପ୍ରବଚନ କାର୍ଯ୍ୟକ୍ରମରେ ପ୍ରବକ୍ତା ଭାବରେ ନିମତ୍ରିତ ହୋଇଛନ୍ତି ।ଦୀର୍ଘ ପାଞ୍ଚ ଦିନ ଧରି ପ୍ରଶାନ୍ତ କୁମାର ସ୍ୱାଇଁ , କିର୍ତ୍ତୀ ଚନ୍ଦ୍ର ଦାସ,ବଲ୍ଲଭ ଚନ୍ଦ୍ର ଦାସ, ନିମାଇଁ ନାୟକ ,ମାନସ ପ୍ରଧାନ, ଜଳନ୍ଧର ସାହୁ,ପ୍ରମୋଦ ଦାସ,ପୂର୍ଣ୍ଣଚନ୍ଦ୍ର ସ୍ବାଇଁ,ଭାସ୍କର ଚନ୍ଦ୍ର ସ୍ବାଇଁ,ଜିତେନ୍ଦ୍ର ସେନାପତି, ଏବଂ ପାଣ୍ଡବ ଚନ୍ଦ୍ର ଦାସ ଭାଇ ମାନଙ୍କ ମିଳିତ ସହଯୋଗ ରେ ପ୍ରବଚନ ପରାୟଣ କାର୍ଯ୍ୟ କ୍ରମ ସୁଚାରୁରୂପେ ସମ୍ପାଦିତ ହେବ । ଏହି ମହାଯଜ୍ଞ ପରାୟଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଦାସ ଜୀ ପୁରୋହିତ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।



