ଚାଷୀଙ୍କ ହକ୍ ମାରିବାକୁ ବସିଛନ୍ତି ବିଭିନ୍ନ ଖଣି କମ୍ପାନୀ, ଆରମ୍ଭ ହେଲାଣି ଆନ୍ଦୋଳନର ଶଙ୍ଖ ନାଦ

କେନ୍ଦୁଝର- କେନ୍ଦୁଝର ଜିଲ୍ଲାରେ ଦ୍ୱିତୀୟ ବୃହତ୍ତମ ନଦୀ ବନ୍ଧ ଯୋଜନା ଦୀର୍ଘ ଦିନରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। କିନ୍ତୁ ଏହାର ଜଳ କୁ ଲୁଣ୍ଠନ କରିବାକୁ ବିଭିନ୍ନ କମ୍ପାନୀ ମାନେ ଚକ୍ରାନ୍ତ ଆରମ୍ଭ କରିଦେଲେଣି। ଯାହାକୁ ନେଇ ଜନ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ଏହା ଏକ ବଡ଼ ଆନ୍ଦୋଳନ କୁ ହାତଠାରି ଡାକୁଥିବା ପରି ମନେହୁଏ। ଦିତୀୟ ବୃହତ୍ ନଦୀବନ୍ଧ ଯୋଜନା ଭାବେ ପରିଗଣିତ କାନପୁର ଜଳସେଚନ ପ୍ରକଳ୍ପର ବୈଷୟିକ ତ୍ରୁଟି ଫଳରେ ବିଳମ୍ବରେ ନିର୍ମାଣ ହେଉଛି ଡିପ୍ଲିସନ ସ୍ଲୁଇସ ଗେଟ। ଅବରୋଧ ହୋଇଛି ବୈତରଣୀ ନଦୀର ଜଳ । ତଳ ମୁଣ୍ଡରେ ଶୁଖିଲା କ୍ଷେତକୁ ଦେଖି ଫସଲ ଲଗାଇଥିବା ଚାଷୀ ହତାଶ ହୋଇ ଥିବା ବେଳେ ଅଗ୍ରାଧିକାର ଭିତ୍ତିରେ ଜଳ ଭଣ୍ଡାରରୁ ଜଳ ଶୋଷିବା ପାଇଁ ନିର୍ମାଣ ହେଉଛି ଇଣ୍ଟେକ୍ ୱେଲ। ଯାହାକୁ ନେଇ ବିଶ୍ଵ ପ୍ରସିଦ୍ଧ ଜଳ ମାନବ ଭାବେ ବେଶ୍ ପରିଚିତ ଡ. ରାଜେନ୍ଦ୍ର ସିଂଙ୍କ ପହଞ୍ଚିଛନ୍ତି ଏହି କାନପୁର ଜଳସେଚନ ପ୍ରକଳ୍ପ ନିକଟରେ। ନଦୀର ଏପରି ଅବସ୍ଥା ଦେଖି ଅତ୍ୟନ୍ତ କ୍ଷଭୋ ପ୍ରକାଶ କରିବା ସହ ନଦୀକୁ ବଞ୍ଚାଇବାକୁ ଏକତ୍ରିତ ହେବାକୁ ଅଞ୍ଚଳ ବାସିନ୍ଦା ମାନଙ୍କୁ ଆହ୍ବାନ ଦେଇଛନ୍ତି। ନଦୀ ବଞ୍ଚିଲେ ମାନବଜାତି ବଞ୍ଚିବ, ନଦୀର ମୃତ୍ୟୁରେ ସଭ୍ୟତାର ମୃତ୍ୟ ହୋଇଥାଏ, ନଦୀରେ ସ୍ରୋତ ରହିଲେ ପରିବେଶ ଅନୁକୂଳ ରହିବ । ଏହି ଅବସରରେ ତାଙ୍କ ସହିତ ଥିଲେ ମହାନଦୀ ଜଳ ବଞ୍ଚାଅ ଆବାହକ ସୁଦର୍ଶନ ଦାସ ଓ ସୁନା କାରୋ ନଦୀ ବଞ୍ଚାଅ ର ସଦସ୍ୟ ଅଶୋକ ଠକ୍କର ଓ ବହୁ ସଂଖ୍ୟାରେ ଚାଷୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ, ନଦୀରେ ଜଳ ସ୍ରୋତ ରହିଲେ ପରିବେଶ ଅନୁକୂଳ ରହିବ। ଏଣୁ ନଦୀ ପ୍ରତି ଯତ୍ନବାନ ହେବା ପାଇଁ ଜଳ ମାନବ ଡକ୍ଟର ରାଜେନ୍ଦ୍ର ସିଂ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି ।
କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ



