ଗଣମାଧ୍ୟମ ପାଇଁ ଆଡଭାଇଜରି ଜାରି କଲା ପ୍ରତିରକ୍ଷା ମନ୍ତ୍ରାଳୟ। ଲାଇଭ୍ କଭରେଜ ଠାରୁ ଦୂରେଇ ରହିବାକୁ ନିର୍ଦ୍ଦେଶ ।ସୁରକ୍ଷାକର୍ମୀଙ୍କ ଗତିବିଧି ସମ୍ପର୍କରେ ପ୍ରସାରଣରୁ ଦୂରରେ ରୁହନ୍ତୁ। ସୂତ୍ର ଭିତ୍ତିକ ଖବର ପ୍ରସାରଣ ସେନା କାର୍ଯ୍ୟରେ ବାଧା ସୃଷ୍ଟି କରିପାରେ ।
ଭାରତ ଆତଙ୍କବାଦ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ କୁଖ୍ୟାତ ଆତଙ୍କବାଦୀ ଏବଂ ଜୈଶ-ଏ-ମହମ୍ମଦର ଟପ୍ କମାଣ୍ଡର ଅବଦୁଲ ରଉଫ ଆଝାରକୁ ନିପାତ କରିଛି।
ଭାରତର ଏହି କାର୍ଯ୍ୟାନୁଷ୍ଠାନର ବିଶ୍ୱବ୍ୟାପୀ ପ୍ରଭାବ ଏବେ ଦୃଶ୍ୟମାନ ହେଉଛି ଏବଂ ଅବଦୁଲ ଆଝାରର ମୃତ୍ୟୁ ପାଇଁ ଆମେରିକା ମଧ୍ୟ ସାର୍ବଜନୀନ ଭାବରେ ଭାରତକୁ ଧନ୍ୟବାଦ ଦେଇଛି। ମାସୁଦ ଆଝାରର ଭାଇ ଏବଂ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଜୈଶର ମୁଖ୍ୟ ଅପରେସନାଲ ମାଷ୍ଟରମାଇଣ୍ଡ ଅବଦୁଲ ଆଝାରର ମୃତ୍ୟୁରେ ଆମେରିକା ଖୁସି ବ୍ୟକ୍ତ କରିଥିବା ମନେ ହେଉଛି।ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ଏବଂ ଜାତିସଂଘରେ ସ୍ଥାୟୀ ପ୍ରତିନିଧି ଜାଲମେ ଖଲିଲଜାଦ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି, ‘ପାକିସ୍ତାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ସମୟରେ ଭାରତ ନିଷ୍ଠୁର ଆତଙ୍କବାଦୀ ଅବଦୁଲ ରଉଫ ଆଝାରକୁ ହତ୍ୟା କରିଛି । ଏହି ବ୍ୟକ୍ତି ଜଣକ ୨୦୦୨ମସିହାରେ ୟିହୁଦୀ ସାମ୍ବାଦିକ ଡାନିଏଲ ପର୍ଲର ମୁଣ୍ଡ କାଟି ହତ୍ୟା କରିଥିଲେ। ଆଜି ନ୍ୟାୟ ହୋଇଛି । ଭାରତକୁ ଧନ୍ୟବାଦ ।’ଭାରତ ଦ୍ୱାରା ସାମରିକ କାର୍ଯ୍ୟାନୁଷ୍ଠାନରେ ନିହତ ଅବଦୁଲ ରଉଫଙ୍କ ମୃତ୍ୟୁକୁ ଆମେରିକା ‘ନ୍ୟାୟ ପ୍ରଦାନ’ ବା ‘ଜଷ୍ଟିଶ ଡେଳିଭର୍ଡ’ ବୋଲି କହିଛି। ଏହି କୁଖ୍ୟାତ ଆତଙ୍କବାଦୀଙ୍କ ମୃତ୍ୟୁରେ ଆମେରିକା ଏବଂ ୟିହୁଦୀ ସମ୍ପ୍ରଦାୟ ବହୁତ ସନ୍ତୁଷ୍ଟ ଥିବା ପରି ମନେ ହେଉଛି ।୨୦୦୨ ମସିହାରେ ପାକିସ୍ତାନରେ ଏକ ବିଭତ୍ସ ହତ୍ୟାକାଣ୍ଡରେ, ୱାଲ ଷ୍ଟ୍ରିଟ ଜର୍ଣ୍ଣାଲର ବରିଷ୍ଠ ସାମ୍ବାଦିକ ଡାନିଏଲ ପର୍ଲଙ୍କ ମୁଣ୍ଡ କାଟି ହତ୍ୟା କରାଯାଇଥିଲା। ଏହି ଘଟଣା ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିଲା। ଅବଦୁଲ ରଉଫ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଥିଲେ ଏବଂ ଆମେରିକୀୟ ଏଜେନ୍ସିଗୁଡ଼ିକ ତାଙ୍କୁ ବହୁତ ଦିନ ଧରି ଖୋଜୁଥିଲେ।



