ଢେଙ୍କାନାଳ ଏକଲ ଅଭିଯାନର ସମିତି ପ୍ରଶିକ୍ଷଣ ଶିବିର
ସ୍ଥାନୀୟ ଗୋପିନାଥ ଗାର୍ଡେନ ପରିସରରେ ଏକଲ ବିଦ୍ୟାଳୟ, ଢେଙ୍କାନାଳ ଅଂଚଳ ତରଫରୁ ଏକ ସମିତି ପ୍ରଶିକ୍ଷଣ ଶିବିର କରାଯାଇଥିଲା । ଏହି ଶିବିରରେ ୧୦ଟି ସଂଚରୁ ପ୍ରାୟ ୬୦ଜଣ ସଭ୍ୟ/ ସଭ୍ୟା ଓ ସଂଚ ପ୍ରମୁଖମାନେ ଯୋଗଦେଇଥିଲେ । ଏହି ଶିବିରରେ ଉଦ୍ଘାଟନ ଦିବସରେ ଅନୁଗୁଳ ସମ୍ଭାଗ ସ୍ତରର ସଂପାଦକ ଭୋଗଦେବ ପ୍ରଧାନ, ଗତିବିଧି ପ୍ରମୁଖ ଇତିଶ୍ରୀ ମିଶ୍ର, ସୁଜେଶ କୁମାର ବେହେରା ଯୋଗଦେଇ ଦ୍ବୀପ ପ୍ରଜ୍ଜ୍ଵଳନ କରିଥିଲେ । ଗ୍ରାମ ସଂଗଠନ ଏବଂ ଗ୍ରାମାଂଚଳରେ ଏକଲ ବିଦ୍ୟାଳୟ କିପରି ସୂଚାରୁ ରୂପେ ପରିଚାଳନା ହୋଇପାରିବ ତାହା ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥୁଲା । ସାମୀ ବିବେକାନନ୍ଦଙ୍କ ଉକ୍ତ ‘‘ଯେଉଁ ପିଲାଟି ବିଦ୍ୟାଳୟକୁ ଯାଇ ପାରୁନାହିଁ ବିଦ୍ୟାଳୟଟି ତାଙ୍କ ପାଖକୁ ଯାଇ’’ ଜଣେ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ୬ ବର୍ଷରୁ ୧୪ବର୍ଷ ପିଲାମାନେ ସାଧାରଣତଃ ଆଧ୍ୟାତ୍ମିକ, ନୈତିକ ଶିକ୍ଷା, ଖେଳ, ନାଚକୁଦ ମାଧ୍ୟମରେ ପାଠ ପଢାଯାଇଥାଏ । ଢେଙ୍କାନାଳ ଅଂଚଳର ସଭାପତି ହେମନ୍ତ କୁମାର ପଟ୍ଟନାୟକ, ସମ୍ପାଦକ ସୁଧାକର ଲେଙ୍କା, କୋଷାଧକ୍ଷ ଗିରିଜା ଶଙ୍କର ସାହୁ, ଲକ୍ଷ୍ମୀଧର ପଟ୍ଟନାୟକ, ସାଇ ପ୍ରସାଦ ଦଳେଇ, ଦେବୀ ପ୍ରସାଦ ପାଣି ଏବଂ ମହିଳାଙ୍କ ତରଫରୁ ଉଷାରାଣୀ ଶତପଥ୍, ମିନର୍ଭା ସାମଲ, ସେବତୀ ସାହୁ, ଧରଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଅଭିଯାନ ପ୍ରମୁଖ ଗୌରଚନ୍ଦ୍ର ଜେନା ଓ କାର୍ଯ୍ୟାଳୟ ପ୍ରମୁଖ ସ୍ମୃତି ରଞ୍ଜନ ଶତପଥୀ ଅଂଶଗ୍ରହଣ କରିଥିଲେ । ଶେଷରେ ଧନ୍ୟବାଦ ସହ ଶିବିର ଉଦ୍ଯାପନ କରାଯାଇଥିଲା ।



