ପୁଲିସକୁ ରୋଟାରୀ ଦେଲା 10 ସିସି କ୍ୟାମେରା
କଟକ ସହରରେ ନାଗରିକ ସେବା ଓ ସୁରକ୍ଷା ପ୍ରଧାନ୍ୟ ଦେଇ କଟକ କ୍ୟାଣ୍ଟନମେଣ୍ଟ ରୋଟାରୀ କ୍ଲବ ପକ୍ଷରୁ ଏକ ନିଆରା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି, ଲିଙ୍କ ରୋଡରେ ଅବସ୍ତିତ କାର୍ଯକ୍ରମରେ ରୋଟାରୀ ଡିସଟିକ3262 Governor jagyansis Mahapatra ମୁଖ୍ୟ ଅତିଥି ଭlବରେ ଯୋଗଦେଇଥିଲେ ,ଅନ୍ୟ ଅତିଥିଭାବରେ କଟକ କମିଶନରେଟ ପୁଲିସ୍ ର ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା ଯୋଗଦେଇଥିଲେ, ଏହି କାର୍ଯକ୍ରମରେ ରୋଟାରୀ କ୍ଲବ ପ୍ରଥମଥର ପାଇଁ ବିଭିନ୍ନ ବର୍ଗର ପ୍ରାୟ 75 ଜଣ ନୂଆ ସଦସ୍ୟ ସାମିଲ କରିଥିଲେ, ଏହି ଅବସରରେ କଟକ କମିଶନରେଟ ପୁଲିସ ସହ ରୋଟାରୀ କ୍ଲବ କ୍ୟାଣ୍ଟନମେଣ୍ଟ ମିଳିତ ସହଯୋଗରେ ଆଇସ୍ ଅଫ୍ ଦି ସିଟି ଶୀର୍ଷକ ନାମରେ ଏକ ଅଭିଯାନ ଆରମ୍ଭ କରାଯାଇଛି, କଟକ ସହର ମୁଖ୍ୟ ରାସ୍ତାରେ ଅନେକ ସମୟରେ ଦ୍ରୁତ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥାଏ ଏହାକୁ ପ୍ରତିହତ କରିବା ସହ ଗାଡି ଗୁଡ଼ିକ ଚିହ୍ନଟ କରିବା ପାଇଁ କ୍ଲବ ପକ୍ଷରୁ ବିଭିନ୍ନ ରାସ୍ତାରେ ସ୍ଵୟଂଚlଳିତ ନମ୍ବର ପ୍ଲେଟ ଅନୁଧ୍ୟାନ କରି ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରା ଲଗାଇବାକୁ କମିଶନରେଟ ପୁଲିସକୁ 10 ଟି କ୍ୟାମେରା ପ୍ରଦାନ କରାଯାଇଛି, ଏହା ଅପରାଧ ରୋକିବାକୁ ସହାୟତା ହେବ ବୋଲି କୁହାଯାଇଛି ଏହା ସହ ରାସ୍ତା କଡରେ ବ୍ୟବସାୟ କରୁଥିବା ବ୍ୟବସାୟୀକୁ ଏକ କେବିନପ୍ରଦାନ କରାଯାଇଥିଲା, ଏହା ସହ କ୍ଲବ ପକ୍ଷରୁ ବିଭିନ୍ନ ସେବା ଓ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରାଯାଇଛି, କାର୍ଯକ୍ରମରେ ରୋଟାରୀ କ୍ଲବ ଅଫ୍ କ୍ୟାଣ୍ଟନମେଣ୍ଟ ସହକlରି Governor ଦେବାଶିଷ ଆଚାର୍ଯ୍ଯ, ପୂର୍ବତନ ଅଧ୍ୟକ୍ଷ ବିଶ୍ଵଜିତ ସେନାପତି, ଅଧ୍ୟକ୍ଷ ତାପସ ଦାସ, ଅଧ୍ୟକ୍ଷ ଶୁଭ୍ରା ମହାନ୍ତି, ସଚିବ ପ୍ରଭାତ ମିଶ୍ର ତଥା ଆଇସ୍ ଅଫ୍ ଦି ସିଟି ପ୍ରକଳ୍ପର ଅଧ୍ୟକ୍ଷ ସାଦ ହାସମି ପ୍ରମୂଖ ଯୋଗଦେଇଥିଲେ,


