ଭୂବନେଶ୍ୱର: ୨୦୨୩-୨୪ ବର୍ଷରେ ବନୀକରଣ ନାଁରେ ହୋଇଥିଲା ବଡ଼ ଦୁର୍ନୀତି । କଳାହାଣ୍ଡି ଜୟପାଟଣା ରେଞ୍ଜରେ ର୍ଦୁନୀତି ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବନୀକରଣ ଦୁର୍ନୀତି ଅଭିଯୋଗରେ ୪ ବନ ଅଧିକାରୀ ଗିରଫ ହୋଇଛନ୍ତି।
ପ୍ରାୟ ୮୦ ଲକ୍ଷ ଟଙ୍କା ସରକାରୀ ପାଣ୍ଠି ଆତ୍ମସାତ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି ।
କ୍ଷତିପୂରଣ ଆର୍ଥିକ ସହାୟତା ଯୋଜନାରେ ଅର୍ଥ ହେରଫେର ଅଭିଯୋଗ ଆସିଥିଲା ।ଗିରଫ ବନ ଅଧିକାରୀ ହେଲେ ଜୟପାଟଣା ଡେପୁଟି ରେଞ୍ଜର ଶୈରେନ୍ଦ୍ରୀ ବାଗ୍, ଫରେଷ୍ଟର ଉମେଶ ରାଉତ, ଫରେଷ୍ଟର ଦେବରାଜ ସୁନାନୀ ଏବଂ ଫରେଷ୍ଟ ଗାର୍ଡ ଅଶୋକ କୁମାର ସାହୁ ।

![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/05/Picsart_26-05-14_06-19-38-643-16-scaled.jpg)

