ନୂଆଦିଲ୍ଲୀ: ଗୁରୁବାର ତୁର୍କୀ ସହ ସମ୍ପର୍କ ତୁଟାଇଛି ଜାମିଆ ମିଲିଆ ଇସ୍ଲାମିଆ ବିଶ୍ବବିଦ୍ୟାଳୟ । ଜାମିଆ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତୁର୍କୀ ସରକାରଙ୍କ ସହିତ ଜଡିତ ଶୈକ୍ଷିକ ବୁଝାମଣାପତ୍ର ସ୍ଥଗିତ କରିଛି। ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନେଇଛି ଜାମିଆ ମିଲିଆ ଇସ୍ଲାମିଆ ବିଶ୍ବବିଦ୍ୟାଳୟ ।
ନୂଆଦିଲ୍ଲୀରେ ଥିବା ଜାମିଆ ମିଲିଆ ଇସ୍ଲାମିଆ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି, ରାଷ୍ଟ୍ର ସୁରକ୍ଷା କାରଣରୁ ତୁର୍କୀ ଗଣରାଜ୍ୟ ସରକାରଙ୍କ ସମ୍ବଦ୍ଧିତ ସଂଗଠନମାନଙ୍କ ସହିତ କୌଣସି ପ୍ରକାରର ବୁଝାମଣା ବା MoUକୁ ତତ୍କାଳ ପ୍ରସ୍ତାବରେ ଆଗମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି ।
ଜମିଆ ମିଲିଆ ଇସ୍ଲାମିଆ ବିଶ୍ବବିଦ୍ୟାଳୟ ସବୁବେଳେ ରାଷ୍ଟ୍ର ସହିତ ଛିଡ଼ା ହୋଇଛି ।
ଗତକାଲି, ବୁଧବାର, ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU) ମଧ୍ୟ ତୁର୍କୀର ଏକ ବିଶ୍ୱବିଦ୍ୟାଳୟ ସହିତ ସ୍ୱାକ୍ଷରିତ ଏମଓୟୁକୁ ତିନି ବର୍ଷ ପାଇଁ ସ୍ଥଗିତ ରଖିଛି।ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଆତଙ୍କବାଦ ବିରୋଧୀ ଅପରେସନ ସିନ୍ଦୁର ଆରମ୍ଭ କରିଥିଲା । ଏହାପରେ ତୁର୍କୀ ପାକିସ୍ତାନକୁ ପ୍ରତିରକ୍ଷା ଉପକରଣ ଯୋଗାଇ ସମର୍ଥନ କରିଥିଲା। ଏପରି ପରିସ୍ଥିତିରେ, ସାରା ଦେଶରେ ତୁର୍କୀକୁ ବୟକଟ କରାଯାଉଛି।



