ଆଦର୍ଶ ପ୍ରଧାନ ଶିକ୍ଷକ, ସମାଜସେବୀ, ସମାଜ ସଂସ୍କାରକ ତଥା ବିପ୍ଳବ କବି ସ୍ବର୍ଗତ ପାବକ ମହାପାତ୍ରଙ୍କ ଏକାଦଶାହ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ
ଯାଜପୁର ___ ଯାଜପୁର ଜିଲ୍ଲା ବରି ଓ ବଡଚଣା ମଧ୍ୟବର୍ତ୍ତୀ ମୁଷାଟିକିରୀ ର ଆଦର୍ଶ ପ୍ରଧାନ ଶିକ୍ଷକ, ସମାଜସେବୀ, ସମାଜ ସଂସ୍କାରକ ତଥା ବିପ୍ଳବ କବି ସ୍ବର୍ଗତ ପାବକ ମହାପାତ୍ରଙ୍କ ଏକାଦଶାହ ଉପଲକ୍ଷେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି।ବରି ବ୍ଳକ ଅନ୍ତର୍ଗତ ବେଞାରପୁର ମନ୍ଦାର ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ।ତାଙ୍କର ବରି,ବଡଚଣା ଓ କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲା ରେ ଖ୍ୟାତ ଥିଲା ତାଙ୍କର ନାମ। ସେ ପିଲାମାନଙ୍କୁ ଏଭଳି ଭାବେ ଗଢ଼ି ଥିଲେ ଯେ ତାଙ୍କର ସ୍କୁତିଚାରଣ ସଭାରେ ଜଣାପଡିଥିଲା ଯେ ବହୁ ଲୋକ ସମାଗମ ହୋଇଥିଲେ। ଯେଉଁ ମାନେ ଉପସ୍ଥିତ ଥିଲେ ସେମାନେ ହେଲେ ପୃର୍ବତନ ପୋଲିସ ପ୍ରଶାସନିକ ଅଧିକାରୀ ଜୟନ୍ତ କୁମାର ମହାପାତ୍ର, ଯାଜପୁର ଜିଲ୍ଲା କମ୍ୟୁନିଷ୍ଟ ପାର୍ଟିର ସମ୍ପାଦକ ଈଶ୍ଵର ଚନ୍ଦ୍ର ପରିଡ଼ା, ଶିକ୍ଷାବିତ ଡଃ ଭାଗ୍ୟଧର ସାହୁ, ଡଃ ରବିନ୍ଦ୍ର ବିହାରୀ,ବରିର ପୃର୍ବତନ ବିଧାୟିକା ସୁନନ୍ଦା ଦାସ, ପୃର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ,ବିଧାୟକ ଅମର ପ୍ରସାଦ ନାୟକ, କଂଗ୍ରେସ ର ନେତା ଅଜୟ କୁମାର ସାମଲ, ଶିକ୍ଷାବିତ ରାମଚନ୍ଦ୍ର ସାମଲ,କିଶୋର ଚନ୍ଦ୍ର ଦାଶ,ସାଉଡିଆ ର ସରପଞ ଜଗନ୍ନାଥ ଖଣ୍ଡାଇ, ସମିତି ସଭ୍ୟ ସୁରେନ୍ଦ୍ର ସେନାପତି, ଶିକ୍ଷାବିତ ଡଃ ନୃସିଂହ ବେହେରା,ଅଜୟ ବିଶ୍ଵାଳ, କୁଳମଣି ଶୁକ୍ଳ, ଦୟାନିଧି ସାମଲ,ଜୀବନ ମହାପାତ୍ର,ସୁରମୋହନ ମହାପାତ୍ର,ରାଖଲ ଚନ୍ଦ୍ର ଜେନା,କବୟିତ୍ରୀ,ଲେଖିକା ମହାପାତ୍ର ବନ୍ଦନା ସାମଲ,ସରପଞ ଧିରେନ୍ଦ୍ର ନାଥ ଜେନା ପ୍ରମୁଖ ଯୋଗଦେଇ ସ୍ବର୍ଗତ ପାବକ ମହାପାତ୍ରଙ୍କ ଉପରେ ଆଲୋକପାତ କରିଥିଲେ।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



