*କୃତଜ୍ଞତା ସଭା*
ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଢେଙ୍କାନାଳର ବରିଷ୍ଠ ଶିକ୍ଷକ ଶ୍ରୀସନ୍ତୋଷ କୁମାର ପଣ୍ଡା (ବାବୁଭାଇ) ଗତ ତା ୧୮/୦୫/୨୫ ରିଖ ସନ୍ଧ୍ୟା ୭ ଘଟିକା ସମୟରେ ଶରୀର ତ୍ୟାଗ କରିଛନ୍ତି।ଉକ୍ତ ଉପଲକ୍ଷେ ତା ୨୩/୦୫/୨୫ ରିଖରେ ଏକ କୃତଜ୍ଞତା ସଭା ଭାଗିରଥି ସାଗର ନିକଟରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି ଏହି ସଭାରେ ଶିକ୍ଷାକେନ୍ଦ୍ରର ଶିକ୍ଷକ – ଶିକ୍ଷୟିତ୍ରୀ , ଛାତ୍ର-ଛାତ୍ରୀ, ପୁରାତନ ଛାତ୍ର-ଛାତ୍ରୀ, ଅଭିଭାବକ ଓ ପାଠଚକ୍ରର ସଭ୍ୟ-ସଭ୍ୟାବୃନ୍ଦ ଯୋଗଦାନକରି ତାଙ୍କ ଆତ୍ମାର ସଦ୍ ଗତି ନିମନ୍ତେ ପ୍ରାର୍ଥନା କରିଥିଲେ, ଉକ୍ତ ସଭାରେ ୧୦୦ ରୁ ଉର୍ଦ୍ଧ ଅଂଶଗ୍ରହଣ କରିଥିଲେ।ସଭା ଶେଷରେ ତାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା।



