ପୌରାଞ୍ଚଳ ୱାର୍ଡ ନଂ ୧୩ରେ ଯନ୍ତ୍ରୀ ନିର୍ମିତ ବନ୍ୟା, କଇଁଥ ପୋଲିଆ ସହିତ ଆଖପାଖ ଅଂଚଳବାସିନ୍ଦା ଜଳ ବନ୍ଦି

ଢେଙ୍କାନାଳ : ପୌରାଞ୍ଚଳ ୱାର୍ଡ ନଂ ୧୩ରେ ପ୍ରତ୍ୟେକ ବର୍ଷ ବନ୍ୟା ହୁଏ l ସ୍ଥାନୀୟ ବାସିନ୍ଦାମାନେ ଏପଟେ ନହେଲେ ସେପଟେ ବାହାରି ଯାଆନ୍ତି l କିନ୍ତୁ ଏବର୍ଷ ଭାଗିରଥି ସାଗର କାମ ଚାଲିଥିବାରୁ ରାସ୍ତା ଉପରେ ପଡ଼ିଥିବା ପଙ୍କ ମାଟି କାଦୁଅରେ ଦୁଇ ଚକିଆ ଯାନ ସ୍ଲିପ କରିବାରୁ ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇଛନ୍ତି ଏବଂ ପ୍ରଥମ ବର୍ଷାରେ ପୌର ଯନ୍ତ୍ରୀଙ୍କ ଯୋଗୁଁ ତଳିଆ ଅଞ୍ଚଳରେ ମଣିଷ ନିର୍ମିତ ବନ୍ୟା ଆସିଛି l ଫଳରେ ଦଣ୍ଡା ରୋଡ଼, କଇଁଥ ପୋଲିଆ ସହିତ ଆଖପାଖ ଅଂଚଳ ଜଳ ବନ୍ଦି l ବର୍ଷାଋତୁ ପୂର୍ବରୁ ସହରର ସମସ୍ତ ଡ୍ରେନ ଗୁଡିକ ସଫା କରାଯାଇଥାଏ l ଏହାର ଦାୟୀତ୍ୱ ପୌରାଧ୍ୟାକ୍ଷା, ପୌର ନିର୍ବାହୀ ଅଧିକାରୀ, ପୌର ଯନ୍ତ୍ରୀ ଓ ୱାର୍ଡ ପାରିଷଦ ମାନଙ୍କ ସହିତ ମିଶି କାର୍ଯ୍ୟ କରିଥାନ୍ତି l ପୌର ଯନ୍ତ୍ରୀ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଏହି ଦାୟୀତ୍ୱରେ ଥିବାବେଳେ ସହରର ଦିଗହୀନ ଯୋଜନା ଯୋଗୁଁ ସହରବାସୀ ଆଜି ନାହିଁ ନଥିବା କଷ୍ଟ ଭୋଗୁଛନ୍ତି l ଆଜି ବୁଧବାର ଅପରାହ୍ନ ବର୍ଷାରେ ବସଷ୍ଟାଣ୍ଡରୁ ଆସୁଥିବା ମୁଖ୍ୟ ଡ୍ରେନ ଭାଗିରଥି ସାଗର ଓ ପlରlଡ଼ାଇଜ ଫୁଡ ବକ୍ସ ପାଖରେ ଅପାରଗ ପୌର ଯନ୍ତ୍ରୀ ଏବଂ କାଉନସିଲରଙ୍କ ଯୋଗୁଁ ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚ ପାଣି ଜମା ହେଉଛି l ଅନେକ ଲୋକ ଦୁର୍ଘଟଣାର ଶିକାର ହୋଇଛନ୍ତି l କେତେକ ମହିଳାଙ୍କ ସ୍କୁଟିରେ ପାଣି ପଶିଯିବାରୁ ସେହି ପାଣି ଭିତରେ ସ୍କୁଟି ଖରାପ ହୋଇଛି l ଅନ୍ୟ ପଟେ ଦଣ୍ଡା ରୋଡ଼ ଉପରେ ଜଳ ମଗ୍ନ ହେଉଥିବାରୁ ପ୍ରାୟ ଦୁଇ ରୁ ତିନି ଘଣ୍ଟା ସ୍ଥାନୀୟ ଲୋକମାନେ ଯାତାୟାତ କରିପାରୁନାହାନ୍ତି l ଏହି ଜଳମଗ୍ନ ସୁଧାରିବା ପାଇଁ ଗତ ଏକ ଦଶନ୍ଧିରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି l ମାତ୍ର ଫଳ ଶୂନ୍ୟ l ଆଜିର ଦୃଶ୍ୟ ଦର୍ଶାଉଛି ଯେ ନଗରପାଳ, ପୌର ଯନ୍ତ୍ରୀ, ପୌର ନିର୍ବାହୀ ଅଧିକାରୀ ଓ କାଉନସିଲର ମାନେ ଲୋକ ହିତ ପାଇଁ କାମ କରୁନାହାନ୍ତି l ଏମାନେ କେବଳ ପିସି ଖାଇବାପାଇଁ କାମ କରୁଛନ୍ତି l ୧୩ ନଂ ୱାର୍ଡର ରାସ୍ତା ଘାଟ ଓ ଡ୍ରେନଜ ବ୍ୟବସ୍ଥା ତୁରନ୍ତ ସୁଧାରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି l




