ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ | ତେଙ୍କାନାଳ, ତା. ୩୦.୫.୨୫- ଆଜି ମଧ୍ୟାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହ ଠାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି। ନିର୍ମାଣାଧିନ ଜାତୀୟ ରାଜପଥରେ ଅଧିକ ଦୁର୍ଘଟଣା ଓ ମୃତ୍ୟୁ ଘଟୁଥିବାରୁ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଥିଲେ । କଲେଜ ବାଇପାସ, କଣ୍ଟାନାଳୀ ଛକ, କୋରିଆଁ ଛକ ଏବଂ କାମାକ୍ଷାନଗର ଛକଠାରେ ଜନସାଧାରଣଙ୍କ ଯାତାୟାତକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ରୋଡ଼ ସାଇନେଜ ଲଗାଇବାକୁ ଜାତୀୟ ରାଜପଥ ପ୍ରାଧିକରଣର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ l ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଜନସାଧାରଣଙ୍କ ଧନ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଥିବାରୁ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ କରିଥିଲେ । ଅବୈଧ ରାସ୍ତା କଟିଂ କରିବା ଓ ରାସ୍ତା ନିର୍ମାଣର କୌଣସି କାର୍ଯ୍ୟରେ ସ୍ଥାନୀୟ ଲୋକେ ଅନୁଚିତ ବିରୋଧ କଲେ ପୋଲିସ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବ ବୋଲି ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିନବ ସୋନକର କହିଛନ୍ତି । ପ୍ରାରମ୍ଭରେ ରାସ୍ତା ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଜୟନ୍ତ ପ୍ରସାଦ ନାୟକ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ବାକିଥିବା ୪ଟି ହାଇମାକ୍ସ ଲାଇଟ ସ୍ଥାପନ ହେବା, ଅଣ୍ଡର ବାଇପାସ ନିର୍ମାଣ କାର୍ଯ୍ୟ ଅଗ୍ରଗତି,ବେଆଇନ ରାସ୍ତା କଟିଂ ବନ୍ଦ, ସମସ୍ତ ସ୍କୁଲ ସମ୍ମୁଖରେ ସାଇନେଜ ସ୍ଥାପନ, ରୋଡ୍ ସାଇନେଜ ସ୍ଥାପନ, ହାତୀ ଚ଼ଳାପଥ କାର୍ଯ୍ୟ, ଟାଟା ଷ୍ଟିଲ ନିକଟସ୍ଥ ଜାତୀୟ ରାଜପଥ ପାର୍ଶ୍ଵରେ ଭାରିଯାନ ପାର୍କିଂ ବ୍ୟବସ୍ଥା , ବଳରାମ ପ୍ରସାଦ ବ୍ରିଜ ମରାମତି, ସର୍ଭିସ ରୋଡ଼ ମରାମତି କାର୍ଯ୍ୟ ଆଦି ସଂପର୍କରେ ଜାତୀୟ ରାଜପଥର କର୍ତ୍ତୃପକ୍ଷ ସୂଚ଼ନା ପ୍ରଦାନ କରିଥିଲେ ।ଏହି ବୈଠକରେ ଉପ- ଜିଲ୍ଲାପାଳ ଶ୍ରୀ ବିଭୂଧ ଗଡ଼ନାୟକ, ରାପିଡ୍ ରେସ୍ପନସ୍ ଟିମର ସଂଯୋଜକ ଶ୍ରୀ ବିରଞ୍ଚି ନାରାୟଣ ପାଣି, କମିଟିର ସଦସ୍ୟ ଶ୍ରୀ ରତନ କୁମାର ନାୟର ଏବଂ ଶ୍ରୀ ପ୍ରଦ୍ୟୁମ୍ନ ରଥ, ଜାତୀୟ ରାଜପଥ ପ୍ରାଧିକରଣର କର୍ମକର୍ତ୍ତା, ଏନ୍ଜିଓ ପ୍ରୟାସର କର୍ମକର୍ତ୍ତା, ବସ ମାଲିକ ସଂଘର କର୍ମକର୍ତ୍ତା ଓ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ସୂଚ଼ନା ଯୋଗ୍ୟ ଯେ, ଗତ ବର୍ଷ ଜାନୁଆରୀରେ ଦୁର୍ଘଟଣାରେ ୨୨ଜଣ ମୃତ୍ୟୁ ବରଣ କରିଥିବା ବେଳେ ଚ଼ଳିତ ବର୍ଷ ୧୯ ଜଣ, ଗତବର୍ଷ ଫେବୃଆରୀରେ ୧୬ଜଣ ମୃତ୍ୟୁ ବରଣ କରି ଥିବା ବେଳେ ଚ଼ଳିତ ବର୍ଷ ୧୩ ଜଣ , ଗତବର୍ଷ ମାର୍ଚ୍ଚ ମାସରେ ୨୨ ଜଣ ମୃତ୍ୟୁ ବରଣ କରି ଥିବାବେଳେ ଚ଼ଳିତ ବର୍ଷ ୧୮ ଜଣ ଏବଂ ଗତ ଏପ୍ରିଲ ମାସରେ ୧୮ ଜଣ ମୃତ୍ୟୁବରଣ କରିଥିଲାବେଳେ ଚ଼ଳିତବର୍ଷ କେବଳ ୭ ଜଣ ମୃତ୍ୟୁବରଣ କରିଛନ୍ତିି । ଚ଼ଳିତ ବର୍ଷ ଦ୍ରୁତ ଗାଡ଼ି ଚାଳନା ଅଧିକ ଯାଞ୍ଚ ଯୋଗୁଁ ପୂର୍ବବର୍ଷ ଅପେକ୍ଷା ୨୧ ଜଣ କମ୍ ମୃତ୍ୟୁବରଣ କରିଛନ୍ତି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ପ୍ରଣୟ କୁମାର ମିଶ୍ର ସୂଚ଼ନା ପ୍ରଦାନ କରିଥିଲେ ।

May 1, 2026/
No Comments


