*ବରଗଡ଼ ଜିଲ୍ଲାରେ ପ୍ରକୃତି ବନ୍ଧୁ ପୁରସ୍କାର ଚୟନରେ ଦୁର୍ନୀତି* ବରଗଡ:୪/୬(ପବିତ୍ର ମେହେର) ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବା ବ୍ୟକ୍ତିବିଶେଷଙ୍କୁ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥାଏ। କିନ୍ତୁ ଗତ କିଛି ବର୍ଷ ହେଲା ବରଗଡ଼ ଜିଲ୍ଲାରେ ଚୟନ କମିଟିରେ ଥିବା କିଛି କର୍ମକର୍ତ୍ତା ନିଜ ସମ୍ପର୍କୀୟ ଳୋକଙ୍କ ପାଇଁ ଲବି କରୁଛନ୍ତି ଓ ତେଲୁଆମାନଙ୍କୁ ପୁରସ୍କାର ମିଳିଯାଉଛି।କିଛି ବର୍ଷ ହେଲା ଏହା ଧାରାବାହିକ ଭାବରେ ଚାଲିଛି। ଅତ୍ୟନ୍ତ ଲଜ୍ଜ୍ୟାର କଥା ପ୍ରକୃତ ପରିବେଶବିତମାନେ ଏଥିରୁ ବଞ୍ଚିତ ହେଉଛନ୍ତି। ଜନ ସମ୍ପର୍କ ରକ୍ଷା କରି ପରିବେଶ ସଂରକ୍ଷଣ ପାଇଁ କାମ କରୁଥିବା ବ୍ୟକ୍ତି ମଧ୍ୟ ଏଥିରୁ ବାଦ୍ ପଡୁଥିବା ସମସ୍ତଙ୍କୁ ଆଶ୍ଚର୍ୟାନ୍ଵିତ କରୁଛି।ବିଭାଗୀୟ ଅଧିକାରୀ ନାମକୁ ମାତ୍ର କିଛି ଜଣଙ୍କ ଠାରୁ ଆବେଦନ ଫର୍ମ ସଂଗ୍ରହ କରି ଚୟନ କମିଟିରେ ଥିବା ଅସାଧୁ ଲୋକଙ୍କ ହାତରେ ଚୟନ ପ୍ରକ୍ରିୟାର ସମସ୍ତ ଦାୟିତ୍ୱ ଦେଉଛନ୍ତି।ଯାହା ଫଳରେ ଖୁଲମଖୁଲ୍ଲା ଦୁର୍ନୀତି ହେଉଥିବାର ଅଭିଯୋଗ ହେଉଛି।ଆଉ କେତେ ଦିନ ଏପରି ଚାଲିବ ଆବେଦନକାରୀ ନିର୍ଦ୍ଧାରିତ ଫର୍ମ ସହ କି କି ଆନୁସଙ୍ଗିକ ପ୍ରମାଣ ପତ୍ର ଦେଉଛନ୍ତି, ଯଦି କୌଣସି ବ୍ଲକରୁ ଏକାଧିକ ବ୍ୟକ୍ତିବିଶେଷ ଆବେଦନ କରିଛନ୍ତି ପ୍ରଣୀତ ନିୟମାବଳୀକୁ ଆଧାର କରି ଆବେଦନକାରୀ କେଉଁ କେଉଁ କାର୍ଯ୍ୟ କରିଥିଲେ ଓ ପୁରସ୍କାର ପାଇବା ପାଇଁ କିଏ ସର୍ବାଧିକ ଯୋଗ୍ୟ ତଥା ସେମାନଙ୍କ ମଧ୍ୟରୁ କାହାଠାରେ ଅଧିକ ଆନୁସଙ୍ଗିକ ପ୍ରମାଣ ପତ୍ର ରହିଛି,କେତେ ବର୍ଷ ହେଲା ପରିବେଶ ସୁରକ୍ଷା କ୍ଷେତ୍ରରେ କାମ କରିଛନ୍ତି ଓ ତାହାର ପ୍ରମାଣ ରଖିଛନ୍ତି କି ନାହିଁ ତାହା ତଦନ୍ତ ପରିସରକୁ ନ ଆଣି ତେଲୁଆ ମାନଙ୍କୁ ପୁରସ୍କୃତ କରି ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବାରୁ ସାଧାରଣ ଜନତା ଅସନ୍ତୋଷ ପ୍ରକାଶ କରୁଛନ୍ତି। ତେବେ ଆବେଦନକାରୀଙ୍କ ସମସ୍ତ ତଥ୍ଯକୁ ସାର୍ବଜନୀନ କରିବା ସହିତ ଉପଯୁକ୍ତ ତଦନ୍ତ କଲେ ସତ୍ୟକଥା ପଦାକୁ ଆସିବ ବୋଲି ସାଧାରଣରେ ଦାବୀ ହେଉଛି।ଆବେଦନ ପଦ୍ଧତିକୁ ବନ୍ଦ କରି ଚୟନ କମିଟିର କର୍ମକର୍ତ୍ତା ନିଜ ସମ୍ପର୍କୀୟମାନଙ୍କୁ ପୁରସ୍କାର ବାଣ୍ଟି ଦିଅନ୍ତୁ ବୋଲି ଆଲୋଚନା ହେଉଛି। ବ୍ୟକ୍ତିଗତ ଭାବେ କୌଣସି ଆଖିଦୃଶିଆ କାମ କରିନଥିବା ବ୍ୟକ୍ତିଙ୍କୁ ମିଳିଯାଉଛି। ତେବେ ଆବେଦନ ପ୍ରକ୍ରିୟାକୁ ବନ୍ଦ କରି ନିଜ ସମ୍ପର୍କୀୟ ଲୋକଙ୍କୁ ଚୟନ କମିଟିର କର୍ମକର୍ତ୍ତା ବାଣ୍ଟି ଦିଅନ୍ତୁ ବୋଲି ଚର୍ଚ୍ଚା ଚାଲିଛି। ବରଗଡ଼ ଡିଏଫଓ କହିବା ଅନୁସାରେ ଚୟନ କମିଟିରେ କେତେକ ଡିପାର୍ଟମେଣ୍ଟର ଅଧିକାରୀଙ୍କ ସହିତ ଦୁଇ ଜଣ ବ୍ୟକ୍ତି ବାହାରିଆ ସାଇଡର ଅଛନ୍ତି। କିନ୍ତୁ ଏହା ମଧ୍ୟ ସତ୍ୟ କଥା ଯେ ଚୟନ କମିଟିରେ ଥିବା ସମସ୍ତ ବ୍ୟକ୍ତିବିଶେଷ ଚୟନ ପାଇଁ ଉପଯୁକ୍ତ ପନ୍ଥା ଅବଲମ୍ବନ କରି ନାହାନ୍ତି କି ତଦନ୍ତ କରିନାହାନ୍ତି।ଏ ସମ୍ପର୍କରେ ଖବର ପ୍ରସାରଣ ପରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଅନୁସନ୍ଧାନ କରି କି କି ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା।ଯଦି ପ୍ରକୃତ ନିୟମାବଳୀ ଅନୁସରଣ କରି ଚୟନ କରିଛନ୍ତି ତେବେ ଆବେଦନକାରୀଙ୍କ ସମସ୍ତ ତଥ୍ଯକୁ ବରଗଡ଼ ଡିଏଫଓ ସାର୍ବଜନୀନ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

March 11, 2026/
No Comments


