କୋଭିଡକୁ ନେଇ ଏବେ ସାରା ଦେଶରେ ଭୟ ବଢିଥିବା ବେଳେ ଆମ ରାଜ୍ୟରେ ବି ଜଣକ ପରେ ଜଣେ ଆକ୍ରାନ୍ତ ହେଉଛନ୍ତି । ଯଦିଓ ସ୍ଥିତି ନିୟନ୍ତ୍ରଣରେ ଅଛି, ତେବେ ଲୋକଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ଆଗକୁ ରଥଯାତ୍ରା ଥିବାରୁ ଗାଇଡଲାଇନ ଆସିପାରେ । ତେବେ କେନ୍ଦ୍ର ସହ ଏନେଇ ବୈଠକ ବସିବା ପରେ ନିଷ୍ପତ୍ତି ନିଆଯିବ ।
ସେପଟେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ଜଣେ ଡାକ୍ତର ହିସାବରେ କହିଛନ୍ତି, ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଆସିବ । ତେବେ କୋଭିଡ ଭଳି ଲକ୍ଷଣ ଥିଲେ ରଥଯାତ୍ରା ଦେଖିବାକୁ ଯାଆନ୍ତୁ ନାହିଁ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ଥଣ୍ଡା ଲକ୍ଷଣ ଥିବା ବ୍ୟକ୍ତି, ବୟୋବୃଦ୍ଧ ବ୍ୟକ୍ତି ଏବଂ ବହୁବିଧ ରୋଗରେ ଆକ୍ରାନ୍ତ ବ୍ୟକ୍ତି ରଥଯାତ୍ରାକୁ ଯିବାକୁ ବାରଣ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଯେଉଁମାନେ ଯାଉଛନ୍ତି ସେମାନେ ମାସ୍କ ପିନ୍ଧନ୍ତୁ । ସମସ୍ତ ଯନ୍ତ୍ରପାତି, ଆଇସିୟୁ ଠିକ ରଖିବା ସହ ଆମ୍ବୁଲାନ୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-28.jpg)