ଭିର୍ତ୍ତୀପ୍ରସ୍ତର ସ୍ଥାପନ
ଯାଜପୁର__ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକ ଓ ବରୀ ବ୍ଲକ ର ସିମାରେ ଥିବା ଶ୍ୟାମେଶ୍ଵରଙ୍କ ପୀଠରେ ଆଜି ପଶ୍ଚିମପଟ ଦ୍ବାର ଗେଟର ଭିର୍ତ୍ତୀପ୍ରସ୍ତର ସ୍ଥାପନ ହୋଇଛି। ଶ୍ୟାମେଶ୍ଵରଙ୍କ ପୀଠର ମୁଖ୍ୟ ପୁରୋଧା ଓ ସଂପାଦକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ବରିଷ୍ଠ ସମାଜସେବୀ ଓ ବହୁ ଅନୁଷ୍ଠାନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଥିବା ଗୋବିନ୍ଦ ଚନ୍ଦ୍ର ସାମଲଙ୍କ କରକମଳରେ ଆଜି ବିଧିବଦ୍ଧ ଭାବେ ଭିତ୍ତିପ୍ରସ୍ତର ସ୍ଥାପନା ହୋଇଛି।ଅଙ୍ଗାଳୋ ପଞ୍ଚାୟତର ବିନୋଦ ବିହାରୀ ସାମଲଙ୍କ ଆର୍ଥିକ ସହାୟତା ଓ ସହଯୋଗରେ ଏହି ପଶ୍ଚିମ ପଟ ଦ୍ଵାର ଗେଟ୍ ହେବ । ଅନ୍ୟମାନଙ୍କ ମଧ୍ୟରେ ଵିନୋଦ ବିହାରୀ ରାଉତ, ରବିନ୍ଦ୍ର କୁମାର ନାୟକ, କୈଳାସ ସାମଲ ପ୍ରମୁଖ ଯୋଗଦେଇ ଥିଲେ।ଏହି ଗେଟ ହେବା ଦ୍ଵାରା ମନ୍ଦୀର ର ଶୋଭା ଆହୁରି ବଢିବ ବୋଲି ମତପ୍ରକାଶ ପାଇଛି।ଯାଜପୁର ରୁ ସରୋଜ କୁମାର ସାହୁଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ



