ପ୍ରଥମ ଥର ହେବ ରଥ ଉପରେ ଦଧିବାମନଙ୍କ ସୁନାବେଶ

ବରଗଡ:୯/୬(ପବିତ୍ର ମେହେର) ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭଟଲି ଧାମ ର ଆରାଧ୍ଯ ଦେବତା ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ଆସନ୍ତା ଜୁନ ୨୭ ତାରିଖରେ ଅନୁଷ୍ଠିତହେବ।ଜୁଲାଇ ୫ ତାରିଖ ବାହୁଡା ଯାତ୍ରା ,ଜୁଲାଇ ୬ ତାରିଖ ଆଷାଢ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ,୭ତାରିଖ ଅଧରପଣା ଓ ୮ ତାରିଖ ରେ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ଉତ୍ସବ ଅନୁଷ୍ଠିତ ହେବ ।ଅନ୍ୟ ବର୍ଷ ପରି ଏବର୍ଷ ମଧ୍ଯ ପ୍ରସାଶନିକ ସ୍ତରରେ ସୋମବାର ସଂଧ୍ଯା ରେ ଭଟଲି ବ୍ଲକ ସମ୍ମିଳନୀ କକ୍ଷ ଠାରେ ଉପଜିଲ୍ଲାପାଳ ଶ୍ରୀ ପ୍ରସନ୍ନ କୁମାର ପାଣ୍ଡେ ଙ୍କ ଅଧକ୍ଷତା ରେ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ର ସଫଳ ଆଯୋଜନ ନିମନ୍ତେ ତୃତିୟ ଥର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକ ରେ ମୁଖ୍ଯତହ ଟ୍ରାଫିକ ସମସ୍ୟାର ସମାଧାନ, ବିଦ୍ୟୁତ ସୁପରିଚାଲନା, ପାଣି ବ୍ୟବସ୍ଥା, ପାର୍କିଙ୍ଗ ର ସୁବ୍ୟବସ୍ଥା ତଥା ବଡଦାଣ୍ଡ ରେ ଦିନ ବାରଟା ରୁ ରାତ୍ରି ଦଶଟା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ଓ ଯାନବାହନ ନରଖିବା ପାଇଁ ଏବଂ ବଡଦାଣ୍ଡ ରେ ଥିବା ଜବରଦଖଲ କୁ ହଟାଇବା ଆଦି ଅନେକ ପ୍ରସ୍ତାବ ଗୃହିତ ହୋଇଥିଲା । ରଥ ଯାତ୍ରା ପରିଚାଳନା କମିଟିର ଆବାହକ ତହସିଲଦାର ଶ୍ରୀମାନ ରାମକୃଷ୍ଣ ମିଶ୍ର ସମସ୍ତ ଙ୍କୁ ସ୍ବାଗତ କକରିଥିଲେ।

ଅନ୍ୟମାନଙ୍କ ମଧ୍ଯରେ ଅତିରିକ୍ତ ଉପ ଜିଲ୍ଲାପାଳ ମଦନଲାଲ ପଣ୍ଡା ,ଭଟଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ ମେହେର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଲେ ରଥଯାତ୍ରା ପରିଚାଳନା କମିଟିର ସଭାପତି ମୋତିଲାଲ ବନଛୋର ଓ ସମସ୍ତ ସଦସ୍ଯ, ନୁତନ ଟ୍ରଷ୍ଟ ବୋର୍ଡ ର ସମସ୍ତ ସଦସ୍ଯ, ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ପଧାନ , ଗୋଷ୍ଠୀ ସ୍ବାସ୍ଥ୍ୟବିଭାଗ ର ଜୟ ପ୍ରକାଶ ସାହୁ , ପୋଲିସ ଅଧିକାରୀ ,ବିଦ୍ୟୁତ ବିଭାଗିୟ ଆଧିକାରୀ ସ୍ବାଧିନ କୁମାର ସାହୁ,ଅଗ୍ନିଶମ ବିଭିଗ ଅଧିକାରୀ ନିହାର ରଞନ ଜାଲ ତଥା ବିଭିନ୍ନ ପ୍ରେସ ମିଡିଆ ସଦସ୍ଯ ମାନେ ଉପସ୍ଥିତ ରହି ଆଲୋଚନା ରେ ଭାଗନେଇ ରଥଯାତ୍ରା କୁ କିପରି ଭାବରେ ସୁପରିଚିଲନା କରାଯିବ ସେ ଉପରେ ମତାମତ ଦେଇଥିଲେ।



