ଭୂବନେଶ୍ବରରୁ ସିଧା ଆବୁଧାବିକୁ ଉଡ଼ିବ ବିମାନ । ଓଡ଼ିଶାରୁ ୟୁଏଇ ଯାଉଥିବା ଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବିମାନ ସେବା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିମାନସେବାର ଶୁଭାରମ୍ଭ କରିଛନ୍ତି ।
ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ସକାଳ ୯ଟା ୩୫ ସମୟରେ ବିମାନ ଉଡ଼ାଣ ଆରମ୍ଭ କରିଥିଲା । ଗତ ୧୩ ବର୍ଷ ଧରି ସଂଯୁକ୍ତ ଆରବ ଏମିରେଟ୍ସରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ପ୍ରିୟଦର୍ଶୀ ପାଣିଗ୍ରାହୀ ଅବୁଧାବି ଓ ଭୁବନେଶ୍ୱର ମଧ୍ୟରେ ପ୍ରଥମ ସିଧା ଉଡ଼ାଣରେ ଯାତ୍ରା କରିଛନ୍ତି ।
ନୂଆ ବିମାନ ଉଡ଼ିବା ଦ୍ବାରା ଯୋଗାଯୋଗ ସ୍ଥାପନ ସହ ବ୍ୟବସାୟିକ ସମ୍ପର୍କ ଆଶା ବଢ଼ିଛି । ସଂଯୁକ୍ତ ଆରବ ଏମିରେଟ୍ସରେ ସହ ସିଧାସଳଖ ବିମାନ ସେବା ଯୋଡ଼ି ହେବା ପରେ ଏବେ ନୂଆ ସମ୍ଭାବନା ଯୋଡ଼ି ହୋଇଛି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-scaled.jpg)
