ଅହମ୍ମଦାବାଦ: ଅହମ୍ମଦାବାଦରେ ଆଜି ଘଟିଥିବା ବିମାନ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କର ମୃତ୍ୟୁ ହୋଇଛି । ଏନେଇ ସ୍ପଷ୍ଟ କଲେ କେନ୍ଦ୍ର ମନ୍ତ୍ରୀ ସିଆର୍ ପାଟିଲ ।
ଅହମ୍ମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବୋଇଂ ୭୮୭-୮ ଡ୍ରିମଲାଇନର୍ ବିମାନ (AI171) ଉଡ଼ାଣ ଭରିବାର କିଛି ମିନିଟ୍ ପରେ ମେଘାନୀ ନଗର ନିକଟସ୍ଥ ଏକ ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଏହି ଭୟଙ୍କର ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଜୟ ରୂପାନୀଙ୍କ ସମେତ ୨୪୧ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ରହଛି । ବିମାନରେ ଯାତ୍ରୀ, ଦୁଇ ଜଣ ପାଇଲଟ ଏବଂ କ୍ରିଉ ସଦସ୍ୟଙ୍କୁ ମିଶାଇ ମୋଟ ୨୪୨ ଜଣ ଥିଲେ । ତେବେ ଦୁର୍ଘଟଣାରେ ଜଣେ ଯାତ୍ରୀ ବଞ୍ଚିଯାଇଥିବା ଖବର ଆସିଛି ।ଅହମଦାବାଦ ପୋଲିସ କମିଶନର ଜିଏସ ମଲିକ କହିଛନ୍ତି, ବିମାନର ସିଟ ନମ୍ବର 11A ରେ ଜଣେ ବଞ୍ଚିଥିବା ବ୍ୟକ୍ତିଙ୍କୁ ପାଇଛନ୍ତି ପୋଲିସ । ବ୍ୟକ୍ତିଙ୍କୁ ହସ୍ପିଟାଲରେ ରଖାଯାଇଛି ଏବଂ ତାଙ୍କର ଚିକିତ୍ସା ଚାଲିଛି । ବଞ୍ଚିଥିବା ବ୍ୟକ୍ତି ଜଣକ ହେଲେ ୪୦ ବର୍ଷୀୟ ବ୍ରିଟିଶ ନାଗରିକ ବିଶ୍ୱାସ କୁମାର ରମେଶ । ସେ କିଛି ଦିନ ପାଇଁ ତାଙ୍କ ପରିବାରକୁ ଭେଟିବାକୁ ଭାରତ ଆସିଥିଲେ ।



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-14-scaled.jpg)