ନିଟ୍ ପରୀକ୍ଷାରେ ସଫଳତା
ତାଳଚେର, ୧୭/୦୬ ତାଳଚେର ବ୍ଲକ କଣ୍ଢାଳ ପଂଚାୟତ ଅନ୍ତର୍ଗତ ତାଳବେଡା ଗ୍ରାମର ଅରୁପ ଶତପଥି ଚଳିତ ବର୍ଷର ନିଟ୍ ପରୀକ୍ଷାରେ ୭୦୦ ନମ୍ବରରୁ ୫୩୯ ନମ୍ବର ରଖିଛନ୍ତି । ସେ ସର୍ବଭାରତୀୟ ସ୍ତରରେ ୧୮୧୧୩ ର୍ୟାଙ୍କ ହାସଲ କରିଛନ୍ତି । ସେ ଅନନ୍ତବିହାର ସ୍ଥିତ ଡିଏଭି ସ୍କୁଲ୍ ରେ ମାଟ୍ରିକ୍ ଓ ଟାଙ୍ଗି ସ୍ଥିତ ଟେଟ୍ରା ହେଡେନ୍ ରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ୁଥିଲେ । ଅରୁପଙ୍କ ବାପା ବିରେନ୍ଦ୍ର କୁମାର ଶତପଥି କୋଇଲା ଖଣିରେ ଚାକିରୀ କରୁଥିବାବେଳେ ମାତା ସସ୍ମିତା ଶତପଥି ଗୃହିଣୀ ଅଟନ୍ତି । ତାଙ୍କର ଏହି ସଫଳତା ନେଇ ସାଙ୍ଗ, ସାଥି, ବନ୍ଧୁବାନ୍ଧବ ଓ ସଂପର୍କିୟ ମାନେ ଶୁଭେଚ୍ଛ ଓ ଅଭିନନ୍ଦନ ଜଣାଇଛନ୍ତି ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/07/Picsart_26-05-14_06-19-38-643-scaled.jpg)
