ହରିଚନ୍ଦନପୁର ଥାନା ଅନ୍ତର୍ଗତ ରେ ଦୁଇ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଗାହାଣ ଲୁଟ୍

କେନ୍ଦୁଝର – କେନ୍ଦୁଝର ଜିଲ୍ଲାରେ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନାଗହଣା ଲୁଟ୍ । କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁର ଥାନା ଅନ୍ତର୍ଗତ ହରିଚନ୍ଦନପୁର ମୁଖ୍ୟ ବଜାର ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବ୍ୟାଙ୍କ୍ ତଳେ ଥିବା ନାରାୟଣ ଜୁଏଲାରୀ ଦୋକାନରୁ ଲୁଟ୍ । ବନ୍ଧୁକ ମୁନରେ ୨ରାଉଣ୍ଡ ବ୍ଲାଙ୍କ ଫାୟାର୍ କରି ଗହଣା ଦୋକାନରୁ ପାଖାପାଖି ଦୁଇ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ । ସନ୍ଧ୍ୟା ପାଖାପାଖି ସାଢେ଼ 6ଟା ସମୟରେ ୪ ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ ଯୋଗେ ଆସି ଦୋକାନରେ ସମସ୍ତଙ୍କ ଉପସ୍ଥିତିରେ ପ୍ରଥମେ ଦୁଇ ରାଉଣ୍ଡ ବ୍ଲାଙ୍କ ଫାଇରିଂ କରି ଦୋକାନୀଙ୍କୁ ଆକ୍ରମଣ କରି ଦୁଇକୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଲୁଟ୍ କରିଥିବା ନେଇ ସୂଚନା। ହରିଚନ୍ଦନପୁର ଓ ଘଟଗାଁ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମିଳିତ ଭାବେ ତଦନ୍ତ ଚଳାଇଥିବା ନେଇ ସୂଚନା।କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ




