ବୃକ୍ଷରୋପଣ ସହ ବନ ମହୋତ୍ସବ ପାଳିତ

କଳାହାଣ୍ଡି ଧର୍ମଗଡ . ପଞ୍ଚାୟତ ମହାବିଦ୍ୟାଳୟ ଧର୍ମଗଡ ଠାରେ ତା 4/7/2025 ଆଜି ଏନ୍ ଏସ୍ ଏସ୍ କୋ-ୟୁନିଟ ଦ୍ୱାରା ବୃକ୍ଷରୋପଣ ସହ ବନ ମହୋତ୍ସବ ପାଳିତ ହୋଇଯାଇଛି । “ଏକ୍ ପେଡ଼୍ ମା’ କେ ନାମ୍- ୨.୦” ଓ ବନ ମହୋତ୍ସବ ସପ୍ତାହ ୨୦୨୫ ପାଳନ ଅବସରରେ ମହାବିଦ୍ୟାଳୟର ସମସ୍ତ ଏନ୍ ଏସ୍ ଏସ୍ ସ୍ୱେଚ୍ଛାସେବୀ ଓ ଅଧ୍ୟାପକ/ଅଧ୍ୟାପିକା ଚାରା ରୋପଣ କରିଥିଲେ । ଏ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଏସ୍ ଜଗନ୍ନାଥ ରାଓ, ଧର୍ମଗଡ଼ ବନଖଣ୍ଡର ବନପାଳ ଶ୍ରୀଯୁକ୍ତ ସୁରେନ୍ଦ୍ର ବେହେରା, ଶ୍ରୀମତୀ ସୀମା କୁମାରୀ ଧଙ୍ଗଡ଼ାମାଝୀଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ବୃକ୍ଷରୋପଣ ସହ ସ୍ୱେଚ୍ଛାସେବୀମାନଙ୍କୁ ବୃକ୍ଷର ମହତ୍ତ୍ୱ ବିଷୟରେ ବୁଝାଇ ‘ଗଛ ବଞ୍ଚିଲେ, ଆମେ ବଞ୍ଚିବା’ ବୋଲି ବାର୍ତ୍ତା ଦେଇଥିଲେ ।

ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଗଣପତି ବାଗଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀ ମାନେ ୧୦୦ ଟି ଚାରା ରୋପଣ କରିଥିଲେ । କ୍ରୀଡ଼ା ଶିକ୍ଷକ ଅଭୟ କୁମାର ବାଗ, ଅଧ୍ୟାପକ ରାଜେଶ ସାହୁ, ସଦୟ ପଧାନ, ସଂଜୟ ସାହୁ ଓ ସ୍ୱେଚ୍ଛାସେବୀ ଶାନ୍ତନୁ ନାଏକ, ଜୀବନ ଜ୍ୟୋତି ରାଉତ, ତପନ ପଟେଲ, ଅଶୋକ ନାଏକ, ରୁଦ୍ର biନାଏକ, ଅଭିମନ୍ୟୁ ମାଝୀ, ଠଣ ସୁନ୍ଦର ନାଏକ, ଜିତେନ୍ଦ୍ର ଗୁରୁ, ପ୍ରଶାନ୍ତ ନାଏକ, ଜ୍ୟୋତ୍ସ୍ନା ଶବର, ଆରତୀ ସାହୁ, ଶ୍ରଦ୍ଧାଞ୍ଜଳି ବାଗ ସହଯୋଗ କରିଥିଲେ । କଲାହାଣ୍ଡି ଜୁନାଗଡ଼ ରୁ ବାଲେଶ୍ବର ସୁନାନୀଙ୍କ ରିପୋର୍ଟ ଜାଗ୍ରତ ଭାରତ ନ୍ୟୁଜ।




