ଆସନ୍ତାକାଲି ଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ । ଏ ନେଇ ନିଷ୍ପତ୍ତି ନେଇଛି ଘରୋଇ ବସ୍ ମାଲିକ ସଙ୍ଘ । ପୁରୀ ଠାରେ ଅନୁଷ୍ଠିତ ଘରୋଇ ବସ୍ ମାଲିକ ସଙ୍ଘ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବସ୍ କୁ ସୁରକ୍ଷା ଦେବାକୁ ସରକାରଙ୍କୁ ଦାବି କରିଛି ସଂଘ । ରାଜ୍ୟ ବସ୍ ମାଲିକ ସଂଘ ସଭାପତିଙ୍କ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ଡ୍ରାଇଭର ସଂଘ ଆନ୍ଦୋଳନ ଯୋଗୁ ବସ୍ ଚଳାଚଳ ବନ୍ଦ ଥିଲା । ବସ ବନ୍ଦ ଯୋଗୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ।ଗତ ୮ ତାରିଖରୁ ଡ୍ରାଇଭର ମହାସଂଘ ଆନ୍ଦୋଳନ ଯୋଗୁ ରାଜ୍ୟବ୍ୟାପୀ ବସ୍ ଚଳାଚଳ ବନ୍ଦ ରହିଛି। ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ୪ ଦିନ ହେଲା ଯାତ୍ରୀ ପରିବହନ ଠପ ହୋଇ ଯାଇଛି। ଯାତ୍ରୀ ପରିବହନ କ୍ଷେତ୍ରରେ ସମସ୍ତ ବସ ମାଲିକ ଓ କର୍ମଚାରୀମାନଙ୍କୁ ସମସ୍ତ ରୁଟରେ ବସ ଚଳାଚଳ ଆରମ୍ଭ କରିବା ପାଇଁ ରାଜ୍ୟ ବସ୍ ମାଲିକ ସଂଘ ପକ୍ଷରୁ ନିବେଦନ କରାଯାଇଛି । ଅନ୍ୟପଟେ ସମ୍ବଲପୁର ଡ୍ରାଇଭର ମହାସଂଘର ସଭାପତି କହିଛନ୍ତି, ସବୁ ଜିଲ୍ଲାରେ ଡ୍ରାଇଭର ଆନ୍ଦୋଳନ ଜାରି ରହିଛି । ବସ୍ କିଏ ଚଲାଇବ ? ସେପଟେ ଘରୋଇ ବସ୍ ମାଲିକ ସଂଘର ଘୋଷଣା ପରେ ରାଜ୍ୟ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।


![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{},"is_sticker":false,"edited_since_last_sticker_save":false,"containsFTESticker":false,"used_sources":{"version":1,"sources":[{"id":"270812670004211","type":"ugc"}]}}](https://www.jagratbharatnews.in/wp-content/uploads/2026/04/Picsart_25-11-05_07-59-52-526-29.jpg)
